‘ରୁଚି ସୋୟା’ର ୪,୩୦୦ କୋଟିର ଏଫ୍‌ପିଓ

Advertisment
‘ରୁଚି ସୋୟା’ର ୪,୩୦୦ କୋଟିର ଏଫ୍‌ପିଓ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପ୍‌ର ଏକ ଶାଖା ସଂସ୍ଥା ରୁଚି ସୋୟାର ଫଲୋ-ଅନ୍ ପବ୍ଲିକ୍ ଅଫର (ଏଫ୍‌ପିଓ) ଆଜିଠାରୁ ଆରମ୍ଭ ହୋଇଛି ଯାହା ଚଳିତ ମାସ ୨୮ରେ ବନ୍ଦ ହେବ। ଏହି ଇସ୍ୟୁ ପାଇଁ କଂପାନିର ସେୟାର ପିଛା ମୂଲ୍ୟ ୬୧୫-୬୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଫ୍‌ପିଓ ଜରିଆରେ କଂପାନି ୪,୩୦୦ କୋଟି ଟଙ୍କା ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାବା ରାମଦେବ କହିଛନ୍ତି ଯେ ଏଫ୍‌ପିଓ ଜରିଆରେ ପାଣ୍ଠି ହାସଲ କରିବା ପରେ ରୁଚି ସୋୟା ଋଣ ମୁକ୍ତ ହେବ। କଂପାନି ଉପରେ ୩,୩୦୦ କୋଟି ଟଙ୍କାର ଋଣ ରହିଛି। ରୁଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ଷ୍ଟକ ବଜାର ଅସ୍ଥିର ରହିଥିଲେ ମଧ୍ୟ କଂପାନି ଉପରେ ଲୋକମାନଙ୍କ ବିଶ୍ବାସ ଥିବାରୁ ଏଫ୍‌ପିଓ ଜାରି କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି। ନିବେଶମାନଙ୍କୁ ଅଧିକ ରିଟର୍ଣ୍ଣ ଦେବା ଲାଗି ସେୟାର ମୂଲ୍ୟକୁ କମ୍ ରଖାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe