ରୁଚି ଚା’ର ଭୋଟର ସଚେତନତା ବାର୍ତ୍ତା

ରୁଚି ଚା’ର ଭୋଟର ସଚେତନତା ବାର୍ତ୍ତା

ଭୁବନେଶ୍ବର: ରୁଚି ଫୁଡ୍‌ଲାଇନ୍‌ର ରୁଚି ଚା’ ପକ୍ଷରୁ ଏକ ଭୋଟର ସଚେତନତା ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ଉନ୍ମୋଚନ କରାଯାଇଛି। କାହା ଦ୍ବାରା ପ୍ରଭାବିତ ନହୋଇ ନିଜ ମୂଲ୍ୟବାନ ଭୋଟ୍‌ ଦେବାକୁ ଏଥିରେ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି। ଏହାର ଟ୍ୟାଗ୍‌ ଲାଇନ୍ ରହିଛି ‘ଆମ ଭୋଟ୍‌-ଆମ ରୁଚି’। ଏହି ଅବସରରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ କହିଛନ୍ତି ଯେ ଗ୍ରାହକମାନଙ୍କୁ ନୂଆ ସ୍ବାଦ ଓ ପସନ୍ଦ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। ସେଥିପାଇଁ ରୁଚି ଚା’ ଲୋକମାନଙ୍କ ଦ୍ବାରା ବ‌ିଶେଷ ଭାବେ ଗ୍ରହଣୀୟ ହୋଇଛି।

ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଛନ୍ତି ଯେ ପୂର୍ବ ଭାରତରେ ଉତ୍ପାଦନ ହେଉଥିବା ସବୁଠୁ ଭଲ ଚା’କୁ ରୁଚି ଆମଦାନି କରି ଏହାର ବଜାର ପ୍ରବେଶ କରାଇଛି। ବର୍ତ୍ତମାନ ସମୟରେ ଯୁବବର୍ଗଙ୍କ ସମେତ ସବୁ ଶ୍ରେଣୀର ଗ୍ରାହକଙ୍କୁ ସଚେତନତା ବାର୍ତ୍ତା ଦେଇ ସଠିକ୍ ଓ ଉଚିତ୍‌ ନିଷ୍ପତ୍ତି ନେବାକୁ ଆମେ ବିଜ୍ଞାପନ ମାଧ୍ୟମରେ ଆହ୍ବାନ ଦେଉଛୁ ବୋଲି ସେ କହିଛନ୍ତି। ଏହି ଅବସରରେ ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ସଲିନା ସାହୁ, ରଶ୍ମୀ ସାହୁ, ମାର୍କେଟିଂ ମୁଖ୍ୟ ଦେବବ୍ରତ ପଟ୍ଟନାୟକ, ସେଲ୍‌ସ ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ଲୋକ ସମ୍ପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe