କରୋନା ପାଇଁ ଏସବୁ ନିୟମ ବଦଳିଗଲା

Advertisment
୧୯% ଟିକସଦାତା ସରକାରୀ ଚାକିରିଆ, ପେନ୍‌ସନ୍‌ଭୋଗୀ

HDFC Life

ନୂଆଦିଲ୍ଲୀ : ଦେଶରେ କରୋନା ପାଇଁ ସରକାର ଅନେକ ଆର୍ଥିକ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଏହାଦ୍ବାରା ସରକାରୀ ଏବଂ ବେସରକାରୀ ଚାକିରିଆଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ, ଟିକସଦାତା ବିଭିନ୍ନ ଭାବରେ ପ୍ରଭାବିତ ହୋଇଛନ୍ତି।

କିଏ କେମିତି ପ୍ରଭାବିତ ହୋଇଛନ୍ତି ତାହା ଏଠାରେ ପ୍ରଦାନ କରାଯାଇଛି:-
୧. ଟିକସଦାତାଙ୍କୁ ତୁରନ୍ତ ମିଳିବ ରିଫଣ୍ଡ ରାଶି ବିଭିନ୍ନ ବ୍ୟକ୍ତି ଏବଂ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଟିକସ ରିଫଣ୍ଡ ବାବଦରେ ପାଇବାକୁ ଥିବା ପ୍ରାୟ ୧୮ ହଜାର କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟ ଗତ ସପ୍ତାହରେ କହିଛି। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିଫଣ୍ଡ ଏବଂ ଜିଏସ୍‌ଟି/ସୀମା ଶୁଳ୍କ ରିଫଣ୍ଡ ବାବଦ ରାଶିକୁ ତୁରନ୍ତ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

୨. କରୋନା ପରିପ୍ରେକ୍ଷୀରେ କର୍ମଚାରୀମାନେ ସେମାନଙ୍କ ଇପିଏଫ୍ (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି) ଆକାଉଣ୍ଟରୁ ୩ ମାସର ଦରମା ସହ ସମାନ ରାଶି ଉଠାଇ ପାରିବେ ବୋଲି ଘୋଷଣା କରାଯାଇଛି। ସରକାର ଏଥିପାଇଁ ନିୟମରେ ଆବଶ୍ୟକ ପରିବର୍ତ୍ତନ ଆଣିଛନ୍ତି। ଇପିଏଫରୁ ଟଙ୍କା ଉଠାଣକୁ ସର୍ଭିସ ଚାର୍ଜ ଛାଡ଼ କରାଯାଇଛି।

୩. ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖକୁ ୨୦୨୦ ଜୁନ୍ ୩୦ ପର୍ଯ୍ୟନ୍ତ ସରକାର ବଢ଼ାଇ ଦେଇଛନ୍ତି। ବିଳମ୍ବରେ ଆୟକର ଟିକସ ପ୍ରଦାନ ବାବଦ ସୁଧକୁ ୧୨ ପ୍ରତିଶତରୁ ୯ ପ୍ରତିଶତକୁ କମାଇ ଦେଇଛନ୍ତି।

୪. ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସ ପାଇଁ ଜିଏସଟି ରିଟର୍ଣ୍ଣ ଦାଖଲର ଶେଷ ତାରିଖକୁ ୨୦୨୦ ଜୁନ୍ ୩୦କୁ ବୃଦ୍ଧି କରାଯାଇଛି। ୫ କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା କମ୍ପାନି ଗୁଡ଼ିକଠାରୁ ବିଳମ୍ବ ରିଟର୍ଣ୍ଣ ଦାଖଲ ବାବଦରେ କୌଣସି ସୁଧ କିମ୍ବା ଜରିମାନା ଆଦାୟ କରାଯିବ ନାହିଁ।

୫. ଆଧାର ସହିତ ପାନ୍‌ କାର୍ଡର ସଂଯୋଗ ତାରିଖକୁ ମାର୍ଚ୍ଚ ୩୧ ପରିବର୍ତ୍ତେ ଜୁନ୍ ୩୦, ୨୦୨୦କୁ ବଢ଼ାଇ ଦିଆଯାଇଛି।

ସୁକନ୍ୟା ସମୃଦ୍ଧି, ପିପିଏଫ୍‌ ଜମାକାରୀଙ୍କ ପାଇଁ ନିୟମ କୋହଳ
ନୂଆଦିଲ୍ଲୀ : ସୁକନ୍ୟା ସମୃଦ୍ଧି ଏବଂ ପିପିଏଫ୍ ଯୋଜନାରେ ଟଙ୍କା ଜମା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସରକାର କରୋନା ପରିପ୍ରେକ୍ଷୀରେ ନିୟମ କୋହଳ କରିଛନ୍ତି। ସେମାନଙ୍କୁ ୩ ମାସର ଅଧିକ ସମୟ ପ୍ରଦାନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷର ଜମାରାଶି ବାବଦରେ ଟଙ୍କା ଜମା କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ଥିଲା। କିନ୍ତୁ କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍ ପରିପ୍ରେକ୍ଷୀରେ ଏହାକୁ ୨୦୨୦ ଜୁନ୍ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ବୋଲି ଅର୍ଥ ମନ୍ତ୍ରାଳୟର ଜଣେ ପ୍ରବକ୍ତା କହିଛନ୍ତି। ଜୁନ୍ ୩୦ ସୁଦ୍ଧା ଟଙ୍କା ଜମା କରାଗଲେ ଏ ବାବଦ ପୁନରୁଦ୍ଧାର ଶୁଳ୍କ ଏବଂ ଜରିମାନାକୁ ଛାଡ଼ କରି ଦିଆଯାଇଛି। ଏଥିସହିତ ‌ଯେଉଁ ପିପିଏଫ୍ ଗ୍ରାହକଙ୍କ ଖାତାର ପରିପକ୍ବତା ୨୦୨୦ ମାର୍ଚ୍ଚ ୩୧ ତାରିଖରେ ହୋଇଛି ସେଗୁଡ଼ିକ ୨୦୨୦ ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଯାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe