୨୦୨୦ ଜାନୁଆରି ପହିଲାରୁ ବଦଳିଲା ଏସବୁ ନିୟମ

Advertisment
୨୦୨୦ ଜାନୁଆରି ପହିଲାରୁ ବଦଳିଲା ଏସବୁ ନିୟମ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇବାର ବ୍ୟବସ୍ଥା ବଦଳିଛି। ଓଟିପି ଭିତ୍ତିକ ଉଠାଣ ସୁବିଧା ଲାଗୁ କରାଯାଇଛି। ରାତି ୮ଟାରୁ ସକାଳ ୮ଟା ଭିତରେ ଏସବିଆଇ ଏଟିଏମ୍‌ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ ଲାଗି ଏହି ସୁବିଧା ଲାଗୁ ହେବ। ଗ୍ରାହକ ନିଜ ବ୍ୟାଙ୍କ ଖାତା ସହ ଯେଉଁ ମୋବାଇଲ୍‌ ନମ୍ବର ପଞ୍ଜୀକୃତ କରିଛନ୍ତି ସେଥିରେ ଓଟିପି ଆସିବ।

ଷ୍ଟେଟ୍‌ ବ୍ୟାଙ୍କର ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ ଥିବା ଏଟିଏମ୍‌ କାର୍ଡଗୁଡ଼ିକ ଅଚଳ ହୋଇଯାଇଛି। କେବଳ ଇଏମ୍‌ଭି ଚିପ୍ ଥିବା ଡେବିଟ୍‌ କାର୍ଡ କାମ କରିବ।

ରୁପେ ଓ ୟୁପିଆଇ ପେମେଣ୍ଟ୍‌ ଉପରେ ମର୍ଚ୍ଚାଣ୍ଟ୍‌ ଡିସ୍‌କାଉଣ୍ଟ୍‌ ରେଟ୍‌ (ଏମ୍‌ଡିଆର୍‌) ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ପେନ୍‌ସନ୍‌ ‘କମ୍ପ୍ୟୁଟେସନ୍‌’ ସୁବିଧା ଆରମ୍ଭ ହୋଇଛି। ଏହା ଜରିଆରେ ପେନ୍‌ସନ୍‌ ପାଣ୍ଠିରୁ ଏକକାଳୀନ ଆଂଶିକ ଉଠାଣ ସମ୍ଭବ ହୋଇପାରିବ। ‌ସେହି ରାଶିକୁ ଆଡ୍‌ଭାନ୍ସ (ଅଗ୍ରୀମ) ଆକାରରେ ପ୍ରଦାନ କରାଯିବ। ଏହା ପରେ ପରବର୍ତି ୧୫ ବର୍ଷ ପାଇଁ ସଦସ୍ୟଙ୍କ ମାସିକ ପେନ୍‌ସନ୍‌ର ଏକ ତୃତୀୟାଂଶ ହ୍ରାସ ପାଇବ। ପନ୍ଦର ବର୍ଷ ପରେ ପେନ୍‌‌ସନ୍‌ଭୋଗୀଙ୍କୁ ସମ୍ପୂର୍ଣ୍ଣ ପେନ୍‌ସନ୍ ମିଳିବ।

publive-image Zee Business

ଭାରତୀୟ ରେଳର ହେଲ୍‌ପଲାଇନ୍ ନମ୍ବର ୧୩୯ରେ ୮ ପ୍ରକାର ସୁବିଧା ମିଳିବ। ଯାତ୍ରୀମାନଙ୍କୁ ଜରୁରୀକାଳୀନ ସୁରକ୍ଷା ଓ ମେଡିକାଲ୍ ସୁବିଧା, ଅନୁସନ୍ଧାନ, କ୍ୟାଟରିଂ, ସାଧାରଣ ଅଭିଯୋଗ, ସତର୍କତା, ଟ୍ରେନ୍‌ ଦୁର୍ଘଟଣା ସହ ଜଡ଼ିତ ସୂଚନା, ଅଭିଯୋଗର ସ୍ଥିତି ଏବଂ କଲ୍ ସେଣ୍ଟର୍‌ ଅଧିକାରୀଙ୍କ ସହ କଥାବାର୍ତା ହେବାର ସୁବିଧା ମିଳିବ।

ମାରୁତି ସୁଜୁକି, ହୁଣ୍ଡାଇ, ଟାଟା ମୋଟର୍ସ, ଟୟୋଟା, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ମର୍ସିଡିସ୍‌-ବେଞ୍ଜ, କିଆ ମୋଟର୍ସ ଓ ନିସାନ୍‌ର ଗାଡ଼ିଗୁଡ଼ିକ ଆଜି ଠାରୁ ମହଙ୍ଗା ହୋଇଛି।

ଡିଜିଟାଲ୍ ଫଣ୍ଡ୍‌ ଟ୍ରାନ୍ସଫର ସୁବିଧା ଏନ୍‌ଇଏଫ୍‌ଟି ଆଜି ଠାରୁ ୨୪ ଘଣ୍ଟା ଉପଲବ୍ଧ ହେବ। ଏହା ଉପରେ ଶୁଳ୍କ ମଧ୍ୟ ଲାଗିବ ନାହିଁ।

ଆଧାର ଜରିଆରେ ଜିଏସ୍‌ଟି ପଞ୍ଜୀକରଣ କରାଯାଇପାରିବ। ନୂଆ ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ କରିବା ବ୍ୟବସ୍ଥା ମଧ୍ୟ ଆଜି ଠାରୁ ଲାଗୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe