Business Today
ନୂଆଦିଲ୍ଲୀ : ୨୦୨୨-୨୩ ଆର୍ଥିକ ବର୍ଷରେ ଅନ୍ୟ ଦେଶଗୁଡ଼ିକ ଭଳି ମଧ୍ୟ ଭାରତୀୟ ମୁଦ୍ରା ଟଙ୍କା ଅସ୍ଥିର ରହିବା ସହିତ ତଳକୁ ଖସିଛି। ରୁଷ-ୟୁକ୍ରେନ ଯୁଦ୍ଧ ସହିତ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୁଧ ହାର ବୃଦ୍ଧି ଫଳରେ ଏଭଳି ସ୍ଥିତି ଦେଖାଦେଇଛି। ଗତ ଆର୍ଥିକ ବର୍ଷର ଶେଷଦିନରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୨ ଟଙ୍କା ୧୮ ପଇସାରେ ବନ୍ଦ ହୋଇଛି, ଯାହାକି ବର୍ଷକ ପୂର୍ବେ ୭୫ ଟଙ୍କା ୭୯ ପଇସାରେ ରହିଥିଲା। ଅର୍ଥାତ୍ ବର୍ଷକ ମଧ୍ୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୭.୮ ପ୍ରତିଶତ ହ୍ରାସ ଘଟିଛି।
ABP News୨୦୧୯-୨୦ ଆର୍ଥିକ ବର୍ଷଠାରୁ କୌଣସି ବର୍ଷ ଏତେ ହ୍ରାସ ଦେଖାଦେଇ ନଥିଲା। ବର୍ଷକ ମଧ୍ୟରେ ତୁର୍କୀର ଲିରା ମୂଲ୍ୟରେ ୨୩.୫୧ ପ୍ରତିଶତ ହ୍ରାସ ଘଟିଥିବାବେଳେ ଦକ୍ଷିଣ ଆଫ୍ରିକା ମୁଦ୍ରା ରୢାଣ୍ଡ ମୂଲ୍ୟରେ ୧୭.୭୨ ପ୍ରତିଶତ ହ୍ରାସ ଘଟିଛି। ଟଙ୍କା ମୂଲ୍ୟରେ ସ୍ଥରତା ରକ୍ଷା ପାଇଁ ରିଜର୍ଭ ବ୍ୟାଙ୍କ ଅନେକ ପଦକ୍ଷେପ ନେଇଛି। ଆବଶ୍ୟକ ସମୟରେ ବଜାରକୁ ଡଲାର ଯଥେଷ୍ଟ ମାତ୍ରାରେ ଛାଡ଼ିଛି।
Follow Us