ଅନ୍ୟ ଦେଶ ମୁଦ୍ରା ତୁଳନାରେ ଟଙ୍କାର ପ୍ରଦର୍ଶନ ଭଲ: ନିର୍ମଳା

Advertisment
ଅଟଳ ପେନ୍ସନକୁ ନେଇ ଅର୍ଥମନ୍ତ୍ରୀ ଓ କଂଗ୍ରେସ ନେତା ମୁହାଁମୁହିଁ

ପୁନେ: ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଉପରେ ମତ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି ଯେ ଅନ୍ୟ ଦେଶର ମୁଦ୍ରାଗୁଡ଼ିକ ତୁଳନାରେ ଭାରତୀୟ ଟଙ୍କା ଭଲ ପ୍ରଦର୍ଶନ କରୁଛି। ଅନ୍ୟ ମୁଦ୍ରା ଯେଉଁଭଳି ଭାବେ ଅସ୍ଥିର ହୋଇପଡ଼ିଛନ୍ତି, ଟଙ୍କା ସେଭଳି ସ୍ଥିତିରେ ନାହିଁ। ତେବେ ଟଙ୍କା ମୂଲ୍ୟ ଉପରେ ଉଭୟ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ନଜର ରଖିଥିବା ସେ କହିଛନ୍ତି। ଗତ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇ ୮୧ ଟଙ୍କା ୦୯ ପଇସା ସ୍ତରରେ ପହଞ୍ଚିଥିଲା। ପ୍ରଥମ ଥର ଲାଗି ଟଙ୍କାକୁ ଏଭଳି ସ୍ତରରେ ଦେଖିବାକୁ ମିଳିଥିଲା। ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ୮୩ ପଇସାର ହ୍ରାସ ହୋଇଥିଲା। ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ବଢ଼ାଇବା ପରଠାରୁ ସାରା ବିଶ୍ବର ବିନିମୟ ମୁଦ୍ରା ମୂଲ୍ୟ ଓ ଷ୍ଟକ ବଜାର କାରବାର ଅସ୍ଥିର ରହିଛି। ଭାରତ ସେଥିରୁ ବାଦ ପଡ଼ିନାହିଁ। ତେବେ ଟଙ୍କା ମୂଲ୍ୟକୁ ଏକ ନିର୍ଦିଷ୍ଟ ସୀମା ଭିତରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରକୁ ବ୍ୟବହାର କରୁଛନ୍ତି। ଜାପାନର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ନିଜ ମୁଦ୍ରାକୁ ସୁରକ୍ଷା ପ୍ରଦାନ କରିବା ଲାଗି ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରକୁ ବ୍ୟବହାର କରିବା ଆରମ୍ଭ କରିଛି। ନ୍ୟ କିଛି ଦେଶ ନିଜ ସୁଧ ହାରକୁ ବଢ଼ାଇ ଆମେରିକା ସୁଧ ପାଖାପାଖି ରିଟର୍ଣ୍ଣ ପ୍ରଦାନ କରିବାକୁ ଉଦ୍ୟମ କରୁଛନ୍ତି। ନିକଟରେ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ମଧ୍ୟ ସୁଧ ବଢ଼ାଇଥିଲା। ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁଧ ହାରରେ ଅତିକମ୍‌ରେ ୦.୫୦% ବୃଦ୍ଧି କରିବ ବୋଲି ପୂର୍ବାନୁମାନ କରାଯାଉଛି। ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କ ତିନି ଥର ସୁଧ ବଢ଼ାଇସାରିଲାଣି। ‌ଏହା ସତ୍ତ୍ବେ ମୁଦ୍ରାସ୍ଫୀତି ହାର ୭% ଭଳି ଉଚ୍ଚ ସ୍ତରରେ ଥିବାରୁ ରିଜର୍ଭ ବ୍ୟାଙ୍କ ଚତୁର୍ଥ ଥର ସୁଧ ବଢ଼ାଇବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe