ଲଗାତାର ସପ୍ତମ ବର୍ଷରେ ଟଙ୍କା ଦୁର୍ବଳ

Advertisment

ଆମେରିକୀୟ ଡଲାର ତୁଳନା‌ରେ ଭାରତୀୟ ଟଙ୍କା ଲାଗାତାର ଭାବେ ଦୁର୍ବଳ ହେଉଛି। ୨୦୨୪ରେ ମଧ୍ୟ ତାହା ଆହୁରି ଦୁର୍ବଳ ହୋଇପଡ଼ିଛି। ଏକ ଡଲାର ମୂଲ୍ୟ ୮୫ ଟଙ୍କା ୬୧ ପଇସା ହୋଇଯାଇଛି।

ଆମେରିକୀୟ ଡଲାର ତୁଳନା‌ରେ ଭାରତୀୟ ଟଙ୍କା ଲାଗାତାର ଭାବେ ଦୁର୍ବଳ ହେଉଛି। ୨୦୨୪ରେ ମଧ୍ୟ ତାହା ଆହୁରି ଦୁର୍ବଳ ହୋଇପଡ଼ିଛି। ଏକ ଡଲାର ମୂଲ୍ୟ ୮୫ ଟଙ୍କା ୬୧ ପଇସା ହୋଇଯାଇଛି।

ଡଲାର ତୁଳନାରେ ଟଙ୍କା ଦୁର୍ବଳ: ଆମଦାନି, ବିଦେଶ ପାଠପଢ଼ା, ଭ୍ରମଣ ମହଙ୍ଗା ହେବ

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନା‌ରେ ଭାରତୀୟ ଟଙ୍କା ଲାଗାତାର ଭାବେ ଦୁର୍ବଳ ହେଉଛି। ୨୦୨୪ରେ ମଧ୍ୟ ତାହା ଆହୁରି ଦୁର୍ବଳ ହୋଇପଡ଼ିଛି। ଏକ ଡଲାର ମୂଲ୍ୟ ୮୫ ଟଙ୍କା ୬୧ ପଇସା ହୋଇଯାଇଛି। ସପ୍ତମ ବର୍ଷ ଲାଗି ଟଙ୍କାର ଦୁର୍ବଳ ସ୍ଥିତି ଜାରି ରହିଛି। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହେବା, ଡଲାରର ପ୍ରାଧାନ୍ୟ ବଢ଼ାଇବା ଉପରେ ତାଙ୍କ ଗୁରୁତ୍ବ ଓ ଭାରତରେ ଆମଦାନି ତୁଳନାରେ ରପ୍ତାନି ହ୍ରାସ ଲାଗି ୨୦୨୫ରେ ଟଙ୍କା ଆହୁରି ଦୁର୍ବଳ ହେବାକୁ ଯାଉଛି। ୨୦୨୪ରେ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ୨.୮ ପ୍ରତିଶତ ଦୁର୍ବଳ ହୋଇଛି। କିନ୍ତୁ ଅନ୍ୟ ଏସୀୟ ମୁଦ୍ରାଗୁଡ଼ିକ ତୁଳନାରେ ଟଙ୍କାର ପ୍ରଦର୍ଶନ ଉନ୍ନତ ରହିଛି। ଏସିଆର ବିଭିନ୍ନ ଦେଶର ମୁଦ୍ରା ଡଲାର ତୁଳନାରେ ୩-୧୨ ପ୍ରତିଶତ ପର୍ଯ୍ୟନ୍ତ ଦୁର୍ବଳ ହୋଇଛି।

୨୦୨୪ର ଶେଷ ତିନି ମାସରେ ଟଙ୍କା ଦୁର୍ବଳ ହେବାରେ ଲାଗିଲା। ଅନ୍ୟଥା ବର୍ଷତମାମ ତାହାର ମୂଲ୍ୟ ବେଶ୍ ସ୍ଥିର ଥିଲା। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବୈଦେଶିକ ପୋର୍ଟଫୋଲିଓ ନ‌ିବେଶକମାନେ ବିପୁଳ ନିବେଶ କରିବାରୁ ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ୭୦୪.୮୯ ବିଲିଅନ୍ ଡଲାରକୁ ବୃଦ୍ଧି ପାଇଥିଲା। କିନ୍ତୁ ଅଧିକାଂଶ ଡଲାର ରିଜର୍ଭ ବ୍ୟାଙ୍କ ରଖିବାରୁ ଟଙ୍କାକୁ ତାହା ବେଶି ସବଳ କରିପାରିନଥିଲା। ତେବେ ଘୋର ଅସ୍ଥିରତା ସମୟରେ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରେ ଥିବା ଡଲାର ବାହାର କରି ତାହାକୁ ଅଳ୍ପ ଦାମ୍‌ରେ ବଜାରରେ ବିକ୍ରି କରୁଥିଲା। ସେଥିପାଇଁ ଟଙ୍କା ଆହୁରି ଦୁର୍ବଳ ହେବାରୁ ବର୍ତ୍ତି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe