ଡଲାର ତୁଳନାରେ ଟଙ୍କା ୮୨ ନିକଟତର

Advertisment
ବିଦେଶୀ ମୁଦ୍ରା ଭଣ୍ଡାରରେ ୮ ବିଲିଅନ ଡଲାର ହ୍ରାସ

Image Courtesy of India Today

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ଆଜି ଟଙ୍କା ଆଉ କିଛି ପଇସା ଦୁର୍ବଳ ହୋଇ ୮୨ ଟଙ୍କାର ନିକଟତର ହୋଇଛି। ମୁଦ୍ରା ବିନିମୟ ବଜାର ବନ୍ଦ ହେବା ବେଳକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧ ଟଙ୍କା ୯୩ ପଇସା ଥିଲା। ଟଙ୍କା ମୂଲ୍ୟର ଏହା ହେଉଛି ସର୍ବକାଳୀନ ନିମ୍ନ ସ୍ତର। ବଜାରରେ ଡଲାର ଚାହିଦା ବଢ଼ିଥିବା ବେଳେ ଟଙ୍କା ଚାହିଦା କମ୍ ରହିଛି। ମହଙ୍ଗା ଡଲାର କିଣିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ବିଶ୍ବ ବଜାରରେ ବ୍ର‌ିଟେନ୍‌ର ପାଉଣ୍ଡ୍‌ ଓ ୟୁରୋପର ମୁଦ୍ରା ୟୁରୋ ମଧ୍ୟ ଆହୁରି ଦୁର୍ବଳ ହୋଇଛି। ଟଙ୍କା ମୂଲ୍ୟକୁ ନିୟନ୍ତ୍ରରରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରକୁ ବ୍ୟବହାର କରିବା ଉପରେ ବିଚାର କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe