ୟୁକ୍ରେନର ୭୬ ହଜାର କୋଟିର କୋଠାବାଡ଼ି ଭାଙ୍ଗିଲାଣି ରୁଷ୍‌

ୟୁକ୍ରେନର ୭୬ ହଜାର କୋଟିର କୋଠାବାଡ଼ି ଭାଙ୍ଗିଲାଣି ରୁଷ୍‌

USA Today

କିବ୍‌: ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣକୁ ଆଜି ୧୪ ଦିନ ହେଲାଣି। ରୁଷ୍‌ ପକ୍ଷରୁ ୟୁକ୍ରେନର କୋଠାବାଡ଼ି ଓ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ପ୍ରବଳ ବୋମା ମାଡ଼ ହେଉଛି। ଏଥିଯୋଗୁ ୟୁକ୍ରେନର ପ୍ରବଳ କ୍ଷତି ହୋଇଛି। କେବଳ ଭିତ୍ତିଭୂମି ବାବଦରେ ୟୁ‌କ୍ରେନର କ୍ଷତି ଗତ ରବିବାର ସୁଦ୍ଧା ୧୦ ବିଲିଅନ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୭୬ ହଜାର କୋଟି ଟଙ୍କା)ରୁ ଅଧିକ କ୍ଷତି ହେଲାଣି। ୟୁକ୍ରେନର ଭିତ୍ତିଭୂମି ବିଭାଗ ମନ୍ତ୍ରୀ ଓଲେକଜାଣ୍ଡାର କୁବ୍ରାକୋଭ ସୋମବାର କହିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଅଧିକାଂଶ ଭିତ୍ତିଭୂମିକୁ ବର୍ଷକ ମଧ୍ୟରେ ଏବଂ ବଡ଼ ଧରଣର ଭିତ୍ତିଭୂମିଗୁଡ଼ିକୁ ଦୁଇବର୍ଷ ଭିତରେ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe