photo-fortune
ନୂଆଦିଲ୍ଲୀ: ଅଶୋଧିତ ତୈଳ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଥିବା ଆମେରିକା ଏବଂ ୟୁରୋପକୁ ଋଷ ଚେତାବନୀ ଦେଇଛି। ଋଷର ଉପ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ୟୁରୋପୀୟ ୟୁନିଅନ୍ ଆମ ଉପରେ ଏପରି ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି, ତେବେ ଅଶୋଧିତ ତୈଳ ବ୍ୟାରେଲ ପିଛା ୩୦୦ ଡଲାରରେ କିଣିବାକୁ ପ୍ରସ୍ତୁତ ରହିବାକୁ ପଡିବ । ଋଷର ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ନୋଭାକ କହିଛନ୍ତି ଯେ ଋଷରୁ ଅଶୋଧିତ ତୈଳ ଯୋଗାଣ ଉପରେ କଟକଣା ଲାଗୁ ହେଲେ ପାଶ୍ଚାତ୍ୟ ଦେଶଗୁଡିକ ଅଶୋଧିତ ତୈଳ ବ୍ୟାରେଲ ପିଛା ୩୦୦ ଡଲାରରେ କିଣିବାକୁ ପ୍ରସ୍ତୁତ ରହିବେ।
ବିଶ୍ୱର ବିଭିନ୍ନ ଦେଶକୁ ଋଷ ୮ ପ୍ରତିଶତ ଅଶୋଧିତ ତୈଳ ଯୋଗାଣ କରୁଥିବାବେଳେ କେବଳ ୟୁରୋପକୁ ୩୦ ପ୍ରତିଶତ ଯୋଗାଣ କରିଥାଏ । ଆଉ ନିକଟରେ ଆମେରିକା କହିଥିଲା ଯେ ଆମେ ୟୁରୋପୀୟ ୟୁନିଅନ୍ ସହିତ ମିଶି ଋଷିଆରୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କରିବୁ। ଏହା ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଥିଲା |
ନୋଭାକ କହିଛନ୍ତି ଯେ ଯଦି ଆମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାଁହୁଛ ତେବେ ଆମେ ଜର୍ମାନୀକୁ ହେଉଥିବା ଗ୍ୟାସ ପାଇପଲାଇନକୁ ବନ୍ଦ କରିଦେବୁ | ଯଦି ୟୁରୋପ ଆମଠାରୁ ଅଶୋଧିତ ତୈଳ କିଣିବାକୁ ମନା କରେ ତେବେ ଏହାର ଭରଣା କରିବାକୁ ଆମକୁ ଏକ ବର୍ଷରୁ ଅଧିକ ସମୟ ଲାଗିବ | ଏହି ସମୟ ମଧ୍ୟରେ ମହଙ୍ଗା ଦରରେ ତେଲ କିଣିବାକୁ ପ୍ରସ୍ତୁତ ହେବାକୁ ପଡିବ। ନୋଭାକ କହିଛନ୍ତି ଯେ ୟୁରୋପୀୟ ଦେଶମାନେ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରିବା ଉଚିତ୍। ଏଭଳି ପରିସ୍ଥିତି ପାଇଁ ଆମେ ପୂର୍ବରୁ ପ୍ରସ୍ତୁତ ହୋଇସାରିଛୁ। ଯଦି ଆମର ଯୋଗାଣ ସେଠାରେ ପ୍ରଭାବିତ ହୁଏ, ତେବେ ଆମେ ଅନ୍ୟ ବଜାରରେ ଯୋଗାଣ ଆରମ୍ଭ କରିବୁ |
Follow Us