ନୂଆଦିଲ୍ଲୀ: ସାହାରାର ନିବେଶକମାନଙ୍କ କାଗଜପତ୍ର ଯାଞ୍ଚ କରିବା ସମ୍ପର୍କିତ ଯେଉଁ ମାମଲା କଂପାନି ପକ୍ଷରୁ ଦାୟର କରାଯାଇଛି ତାହାର ଶୁଣାଣି ଏପ୍ରିଲ୍ରେ କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ସାହାରା ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହା କୁହାଯାଇଛି। ବହୁ ଚର୍ଚ୍ଚିତ ସାହାରା-ସେବି ମାମଲାରେ ଦୀର୍ଘ ଦିନରୁ ସାହାରା ପକ୍ଷରୁ ଦାବି କରାଯାଉଛି ଯେ ଏହା ୯୫% ନିବେଶକଙ୍କ ଟଙ୍କା ଫେରାଇ ଦେଇଛି। ଏହା ସହିତ ୧୨୭ଟି ଟ୍ରକ୍ରେ କଂପାନି ନିବେଶକମାନଙ୍କ ଯେଉଁ କାଗଜପତ୍ର ସେବି ନିକଟକୁ ପଠାଇଥିଲା ତାହାର ଯାଞ୍ଚ କରିବାକୁ ମଧ୍ୟ କଂପାନି ବାରମ୍ବାର ଅନୁରୋଧ କରୁଛି।
ସାହାରା ନିବେଶକ ଯାଞ୍ଚ ମାମଲାର ଶୁଣାଣି ଏପ୍ରିଲ୍ରେ
Advertisment
Follow Us