ଅନେକ ଜୀବନ ବଞ୍ଚାଇଲା ସିସିଟିଭି, ଟ୍ରେନ୍‌ ଟ୍ରାକ ଉପରେ ବୋଲ୍‌ଡର ଦିଶିବା ପରେ ଦୁର୍ଘଟଣାରୁ ବର୍ତ୍ତିଲା ସାୟଦ୍ରି ଏକ୍ସପ୍ରେସ

ରେଳବାଇ ଘରୋଇକରଣର ପ୍ରଶ୍ନଉଠୁନାହିଁ : ପିୟୁଷ ଗୋଏଲ

(Photo Credits: PTI)

ନୂଆଦିଲ୍ଲୀ: ମୌସୁମୀ ସମୟରେ ସ୍ଥିତି ପରଖିବାକୁ ମୁମ୍ବାଇ-ଦିଲ୍ଲୀ ରେଳ ମାର୍ଗର ହିଲ୍‌ ଷ୍ଟେସନ୍‌ରେ ଇନ୍‌ଷ୍ଟଲ କରାଯାଇଥିବା ସିସିଟିଭି କ୍ୟାମେରା ଯୋଗୁ ଗୁରୁବାର ଅନେକ ଜୀବନ ବଞ୍ଚିଯାଇଛି। ସିସିଟିଭିରେ କଏଦ ହୋଇଥିବା ଏକ ଦୃଶ୍ୟ ଦେଖିବା ପରେ ଏକ ଭୟଙ୍କର ଦୁର୍ଘଟଣାକୁ ରୋକାଯାଇ ପାରିଛି। ସିସିଟିଭିରେ ଦେଖିବାକୁ ମିଳିଥିଲା ଯେ ରେଳ ଟ୍ରାକ୍‌ରେ ଏକ ସ୍ଥାନରେ ଅନେକ ବୋଲ୍‌ଡର ପଡ଼ି ରହିଥିଲା। ସେହି ବୋଲ୍‌ଡର ଉପରେ ଟ୍ରେନ୍‌ ଚକା ପଡ଼ିଥିଲେ ନିଶ୍ଚୟ ଏକ ଭୟଙ୍କର ଦୁର୍ଘଟଣାକୁ ସାମ୍ନା କରିବାକୁ ପଡ଼ିଥାନ୍ତା। ମାତ୍ର ଯୋଗକୁ ସେହି ବୋଲ୍‌ଡର ସିସିଟିଭିରେ କଏଦ ହୋଇଯିବା ହେତୁ ମୁମ୍ବାଇ-କୋହ୍‌ଲାପୁର ସାୟଦ୍ରି ଏକ୍ସପ୍ରେସକୁ ୨ ଘଣ୍ଟା ଅଟକା ଯାଇଥିଲା।

ସିସିଟିଭିରେ ବୋଲ୍‌ଡରର ଛବି କଏଦ ହେବା ପରେ ମନିଟରିଂ ଷ୍ଟାଫ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଟ୍ରେନ୍‌ଟିକୁ ଅଧା ବାଟରେ ହିଁ ଅଟକାଇ ଦିଆ ଯାଇଥିଲା। ଟ୍ରେନ୍‌ ଅଟକାଇ ଯାଇଥିବା ବେଳେ ଯାତ୍ରୀମାନଙ୍କୁ ପାଣି, ଜଳଖିଆ ଦିଆ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe