ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଲେ ଶକ୍ତିକାନ୍ତ

Advertisment
ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଲେ ଶକ୍ତିକାନ୍ତ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିବାର ଗୋଟିଏ ଦିନ ପରେ ଆଜି ସରକାରୀ ବ୍ୟାଙ୍କର ମୁଖ୍ୟମାନଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିଛନ୍ତି ଶକ୍ତିକାନ୍ତ ଦାସ। ବ୍ୟାଙ୍କଗୁଡ଼ିକ ସାମ୍ନା କରୁଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା। ପ୍ରମ୍ପଟ୍ କରେକ୍ଟିଭ୍ ଆକ୍ସନ (ପିସିଏ) ନିୟମକୁ କୋହଳ କରିବାକୁ କିଛି ବ୍ୟାଙ୍କ ମୁଖ୍ୟ ଅନୁରୋଧ କରିଥିଲେ। ପିସିଏ ଅଧୀନରେ ଥିବା ବ୍ୟାଙ୍କଗୁଡ଼ିକୁ ଋଣ ଆବଣ୍ଟନ ପାଇଁ ବାରଣ କରାଯାଇଛି। ଏବେ ୧୧ଟି ବ୍ୟାଙ୍କ ପିସିଏ ଅଧିନରେ ରହିଛନ୍ତି। ସେମାନଙ୍କ ଉପରେ ଲଗାଯାଇଥିବା ନିୟମକୁ କୋହଳ କରିବାକୁ ସରକାର ଦାବି କରୁଥିଲେ। ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ଥିବା ମତଭେଦର ଏହା ଏକ ପ୍ରମୁଖ କାରଣ ଥିଲା।ଆଜିର ବୈଠକରେ ଶକ୍ତିକାନ୍ତଙ୍କ ସହିତ ତାଙ୍କ ଚାରି ଡେପୁଟି ଗଭର୍ଣ୍ଣର ମଧ୍ୟଉପସ୍ଥିତ ଥିଲେ। ଷ୍ଟେଟ୍‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମୁଖ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe