ଶକ୍ତିକାନ୍ତଙ୍କୁ ଶ୍ରେଷ୍ଠ ସମ୍ମାନ: ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳର ଶ୍ରେଷ୍ଠ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର

Advertisment
ବିତର୍କ: ଶକ୍ତିକାନ୍ତ ଦାସ ‘ଗଭର୍ଣ୍ଣର ଅଫ ଦି ଇଅର୍’

India TV

ଲଣ୍ଡନ: ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଥମ ଓଡ଼ିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଲଣ୍ଡନର ‘ଦ ବ୍ୟାଙ୍କର୍’ ନାମକ ଖ୍ୟାତିସମ୍ପନ୍ନ ମାଗାଜିନ୍‌ ପକ୍ଷରୁ ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳର କେନ୍ଦ୍ରୀୟ ବ୍ୟାଙ୍କର ଭାବେ ନାମିତ କରାଯାଇଛି। ଲଣ୍ଡନସ୍ଥିତ ‘ଦ ବ୍ୟାଙ୍କର’ ମାଗାଜିନ ଫାଇନାନ୍ସିଆଲ ଟାଇମ୍ସର ମାଲିକାନାରେ ରହିଛି। ପ୍ରତିବର୍ଷ ବିଶ୍ବର ଶ୍ରେଷ୍ଠ ବ୍ୟାଙ୍କର ତାଲିକା ପ୍ରକାଶ ପାଇଁ ଏହି ମାଗାଜିନ୍‌ର ବେଶ୍ ଖ୍ୟାତି ରହିଛି।

ଶ୍ରୀ ଦାସଙ୍କୁ ୨୦୨୦ ମସିହା ପାଇଁ ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଘୋଷଣା କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଦ୍ବାରା କମ୍ ନିୟନ୍ତ୍ରିତ ହେଉଥିବା ବ୍ୟାଙ୍କିଂ ପ୍ରତି‌ଷ୍ଠାନ ଗୁଡ଼ିକ ପାଇଁ କଠୋର ନିୟମ ପ୍ରଣୟନ କରିବା ଏବଂ ଭାରତୀୟ ବ୍ୟାଙ୍କିଙ୍ଗର ମାନକୁ ଉଚ୍ଚସ୍ତରକୁ ନେବାରେ ଶ୍ରୀ ଦାସଙ୍କ ଭୂମିକାକୁ ଏଥିରେ ସ୍ବୀକୃତି ଦିଆଯାଇଛି। ପାରମ୍ପରିକ ବ୍ୟାଙ୍କ ନେଟୱାର୍କ ବାହାରକୁ ଯାଇ ଶ୍ରୀ ଦାସ ଋଣ ପ୍ରଦାନକାରୀଙ୍କ ସମସ୍ୟା ସମାଧାନ କରି ପାରିଛନ୍ତି। ଏଥିସହିତ ଛୋଟ ଛୋଟ ବ୍ୟାଙ୍କ ଗୁଡ଼ିକୁ ନିଜଆଡ଼ୁ ସେ ସକ୍ରିୟ ସହଯୋଗ ଯୋଗାଇ ଦେଇଛନ୍ତି। ଗୃହଋଣ ପ୍ରଦାନକାରୀ ସଂସ୍ଥା ଗୁଡ଼ିକୁ ସେ ରିଜର୍ଭ ବ୍ୟାଙ୍କର ନିୟନ୍ତ୍ରଣ ପରିସରକୁ ଆଣିପାରିଛନ୍ତି। ଅର୍ବାନ କୋଅପରେଟିଭ ବ୍ୟାଙ୍କଗୁଡ଼ିକରେ ଉତ୍ତମମାନର ଆଇଟି ଭିତ୍ତିଭୂମି ସ୍ଥାପନ କରି ଗ୍ରାହକଙ୍କୁ ଉଚ୍ଚସ୍ତରର ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବା ଦିଗରେ ଶ୍ରୀ ଦାସ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥା ଅନାଦାୟ ଋଣ (ଏନ୍‌ପିଏ) ଠାରୁ ଆରମ୍ଭ କରି ଜାଲିଆତି ଭଳି ଏକାଧିକ ସମସ୍ୟା ଦେଇ ଗତି କରୁଛି। ଏସବୁ ସତ୍ତ୍ବେ ଶାସନ ରୀତି ପ୍ରତି ଏକ ସଂଯମ ଆଭିମୁଖ୍ୟ ରଖି ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାକୁ ଉନ୍ନତସ୍ତରକୁ ଶ୍ରୀ ଦାସ ଆଣିଥିବା ମାଗାଜିନ୍ ପକ୍ଷରୁ କୁହାଯାଇଛି। ସର୍ବିଆର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ଜୋର୍ଗୋଭାଙ୍କା ଟାବାକୋଭିଙ୍କୁ ଚଳିତବର୍ଷ ପାଇଁ ବିଶ୍ବର ଶ୍ରେଷ୍ଠ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ମାନ୍ୟତା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe