ସୁନିଲ ଗାଭାସ୍କାରଙ୍କ ଏକ ମନ୍ତବ୍ୟରୁ ଅନୁପ୍ରାଣିତ ହୋଇ ସିଇଓଙ୍କ ଅବସର ବୟସ ଧାର୍ଯ୍ୟ କରିଥିଲେ ଶକ୍ତିକାନ୍ତ

ସୁନିଲ ଗାଭାସ୍କାରଙ୍କ ଏକ ମନ୍ତବ୍ୟରୁ ଅନୁପ୍ରାଣିତ ହୋଇ ସିଇଓଙ୍କ ଅବସର ବୟସ ଧାର୍ଯ୍ୟ କରିଥିଲେ ଶକ୍ତିକାନ୍ତ

Zee Business

ମୁମ୍ବାଇ: ଘରୋଇ ବ୍ୟାଙ୍କର ସିଇଓଙ୍କ ଅବସର ବୟସ ଧାର୍ଯ୍ୟ କରିବା ପଛରେ ଥିବା କାରଣକୁ ବର୍ଣ୍ଣନା କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ କହିଛନ୍ତି, ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ସୁନିଲ ଗାଭାସ୍କାରଙ୍କ ଏକ ମନ୍ତବ୍ୟରୁ ‌ସେ ଅନୁପ୍ରାଣିତ ହୋଇଥିଲେ। ସୁନିଲ ଥରେ କହିଥିଲେ ଲୋକମାନେ ଯେତେବେଳେ ପଚାରିବେ ଜଣେ ଖେଳାଳି କାହିଁକି ଅବସର ନେଲା ସେହି ସମୟରେ ଜଣେ ଅବସର ନେଇଯିବା କଥା। ଅବସର ‘କାହିଁକି ନୁହେଁ’ ପଚାରିବା ପର୍ଯ୍ୟନ୍ତ ‌ଖେଳାଳି ଜଣକ ଅବସର ପାଇଁ ଅପେକ୍ଷା କରିବା ଉଚିତ ନୁହେଁ।

ଓଡ଼ିଆ ପ୍ରଶାସନିକ ଅଧିକାରୀ  ଶକ୍ତିକାନ୍ତ ନିଜକୁ କ୍ରିକେଟର ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଘରୋଇ ବ୍ୟାଙ୍କ ସିଇଓଙ୍କ ଅବସର ବୟସ ସୀମାକୁ ବଢ଼ାଇବାକୁ ରିଜର୍ଭ ବ୍ୟାଙ୍କ ମନା କରିଦେଇଛନ୍ତି। ସେମାନଙ୍କ ଅବସର ବୟସ ୭୦ ବର୍ଷ ଧାର୍ଯ୍ୟ କରାଯାଇଥିଲା। ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ବାରା ଏଚ୍‌ଡିଏଫ୍‌ସି ଓ ଇଣ୍ଡସଇଣ୍ଡ୍‌ ବ୍ୟାଙ୍କ ପ୍ରଭାବିତ ହୋଇଛନ୍ତି। ଏଚ୍‌ଡିଏଫସି ବ୍ୟାଙ୍କର ଆଦିତ୍ୟ ପୁରୀ ଓ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କର ରୋମେଶ ସୋବ୍‌ତିଙ୍କ ବୟସ ୭୦ ଛୁଇଁବାକୁ ଯାଉଥିବାରୁ ଚଳିତ ବର୍ଷ ସେମାନେ ଅବସର ଗ୍ରହଣ କରିବେ। ସିଇଓଙ୍କ ଅବସର ବୟସ ସୀମାକୁ ୭୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ଲାଗି କିଛି ଘରୋଇ ବ୍ୟାଙ୍କ ଦାବି କରୁଥିଲେ। ନୂଆ କଂପାନି ଆଇନରେ ଥିବା ବ୍ୟବସ୍ଥା ଆଧାରରେ ସେମାନେ ସେହି ଦାବି କରିଥିଲେ ମଧ୍ୟ ରିଜର୍ଭ ବ୍ୟାଙ୍କ ଏଥିରେ ରାଜିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe