ଦରମା ଅସଂଗତି ଯୋଗୁ ଆଇନ ବିଭାଗ କର୍ମଚାରୀଙ୍କ ଅସନ୍ତୋଷ

Advertisment
ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି: ବଦଳିଲା ସଂସ୍କୃତି ବିଭାଗର ନାଁ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅନୁମୋଦନ

ଭୁବନେଶ୍ୱର: ଆଇନ ବିଭାଗ କର୍ମଚାରୀଙ୍କ ଦରମାରେ ରହିଥିବା ଅସଂଗତିକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କର୍ମଚାରୀମାନେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଅର୍ଥ ସଚିବଙ୍କୁ ଅବଗତ କରାଇଛନ୍ତି। ତେବେ ଏ ନେଇ କୌଣସି ସମାଧାନ ହୋଇ ନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ବିସ୍ଫୋରକ ରୂପ ନେବାର ଆଶଙ୍କା ରହିଛି। ଆଇନ ବିଭାଗ କର୍ମଚାରୀଙ୍କ ପାଇଁ କୌଣସି କ୍ୟାଡର ରୁଲ୍‌ ନଥିବା ଆଳ ଦେଖାଇ ଅର୍ଥ ବିଭାଗ ଗ୍ରେଡ୍‌ ପେ ସଂଶୋଧନ କରୁନାହିଁ। କିନ୍ତୁ ଏଜିଙ୍କ କାର୍ଯ୍ୟାଳୟ, ସରକାରୀ ଓକିଲ ଓ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ ଆଦିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ବେତନ ଅର୍ଥ ବିଭାଗ ପକ୍ଷରୁ ଲାଗୁ କରାଯାଇଛି। ଦରମା ଅସଂଗତି ଦୂର କରି ବର୍ଦ୍ଧିତ ଗ୍ରେଡ୍‌ ପେ ୨୦୧୩ ଜାନୁଆରିରୁ ଲାଗୁ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe