‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫: ରାଜ୍ୟରେ ୨୧୨୬ ଷ୍ଟାର୍ଟଅପ୍

Advertisment

ରାଜ୍ୟର ନୂତନ ବ୍ୟବସାୟଗୁଡ଼ିକ ଲାଗି ଏକ ସହଜ ଓ ସହାୟକ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି। ଏକ ଆନ୍ତର୍ଜାତିକ ମାନର ନବସୃଜନ ଓ ଉଦ୍ୟମିତା ପରିବେଶ ସୃ‌ଷ୍ଟି କରିବା ଓ ରାଜ୍ୟର ଯୁବବର୍ଗଙ୍କୁ ସେମାନଙ୍କ ସ୍ବପ୍ନ ସାକାରା କରିବାରେ ଅନୁପ୍ରାଣିତ

ରାଜ୍ୟର ନୂତନ ବ୍ୟବସାୟଗୁଡ଼ିକ ଲାଗି ଏକ ସହଜ ଓ ସହାୟକ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି। ଏକ ଆନ୍ତର୍ଜାତିକ ମାନର ନବସୃଜନ ଓ ଉଦ୍ୟମିତା ପରିବେଶ ସୃ‌ଷ୍ଟି କରିବା ଓ ରାଜ୍ୟର ଯୁବବର୍ଗଙ୍କୁ ସେମାନଙ୍କ ସ୍ବପ୍ନ ସାକାରା କରିବାରେ ଅନୁପ୍ରାଣିତ

fssfsf

ଓଡ଼ିଶାରେ ୫୦୦୦ ଷ୍ଟାର୍ଟଅପ୍ ଗଠନ ପାଇଁ ଷ୍ଟାର୍ଟଅପ୍ ଓଡ଼ିଶା ଲକ୍ଷ୍ୟ ରଖିଥିଲା। ସେଥିରେ କିଭଳି ଅଗ୍ରଗତି ହୋଇଛି?
ରାଜ୍ୟର ନୂତନ ବ୍ୟବସାୟଗୁଡ଼ିକ ଲାଗି ଏକ ସହଜ ଓ ସହାୟକ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି। ଏକ ଆନ୍ତର୍ଜାତିକ ମାନର ନବସୃଜନ ଓ ଉଦ୍ୟମିତା ପରିବେଶ ସୃ‌ଷ୍ଟି କରିବା ଓ ରାଜ୍ୟର ଯୁବବର୍ଗଙ୍କୁ ସେମାନଙ୍କ ସ୍ବପ୍ନ ସାକାରା କରିବାରେ ଅନୁପ୍ରାଣିତ କରିବା ଲାଗି ପ୍ରୟାସ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧୨୬ଟି ଷ୍ଟାର୍ଟଅପ୍ ଚିହ୍ନଟ ହୋଇଛି। 
ମହିଳା ଉଦ୍ୟୋଗୀମାନେ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ କିଭଳି ସୁଦୃଢ଼ କରୁଛନ୍ତି?
ରାଜ୍ୟ ସରକାର ୩୩ ପ୍ରତିଶତ ମହିଳା ପ୍ରତିଷ୍ଠାତାଙ୍କୁ ପ୍ରୋତ୍ସାହନ ଦେବାକୁ ପ୍ରତିବଦ୍ଧ। ଷ୍ଟାର୍ଟଅପ୍ ଓଡ଼ିଶା ଜରିଆରେ ସରକାର ୫୮୪ଟି ମହିଳା ନେତୃତ୍ବାଧୀନ ଷ୍ଟାର୍ଟଅପ୍‌କୁ ସହାୟତା ଦେଇଛନ୍ତି। ସେମାନଙ୍କୁ ମାସିକ ଭତ୍ତା ଅନୁଦାନ, ଉତ୍ପାଦନ ଓ ବିପଣନ ସାହାର୍ଯ୍ୟ ଅନୁଦାନ ଏବଂ ଆବଶ୍ୟକତା ଆଧାରିତ ଅନୁଦାନ ମାଧ୍ୟରେ ୫୯,୯୬୮,୯୦୦ ଟଙ୍କା ଦିଆଯାଇଛି। 
ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅନ୍ୟ କେଉଁମାନେ ସଂସ୍ଥା ଗଢ଼ୁଛନ୍ତି?
ଷ୍ଟାର୍ଟଅପ୍ ଗଠନ ପ୍ରତି ଛାତ୍ର ସମାଜକୁ ଆକୃଷ୍ଟ କରିବା ଲାଗି କଲେଜଗୁଡ଼ିକରେ ବୁଟ୍‌ କ୍ୟାମ୍ପ୍ ଆୟୋଜନ କରାଯାଉଛି। ଫଳରେ ଏମବିଏ, ବିଜ୍ଞାନ, କଳା, ବାଣିଜ୍ୟ ଓ ଏମ୍‌ବିବିଏସ୍‌ ଆଦିର ଛାତ୍ରଛାତ୍ରୀମାନେ ଷ୍ଟାର୍ଟଅପ୍ ଜଗତରେ ଭାଗ ନେବାକୁ ଉତ୍ସାହିତ ହେଉଛନ୍ତି। ମେଣ୍ଟରସିପ୍ ଓ ପ୍ରତ୍ୟକ୍ଷ ଜ୍ଞାନ ମା‌ଧ୍ୟମରେ ଚିନ୍ତାଧାରାକୁ ସଫଳ ବ୍ୟବସାୟରେ ପରିଣତ କରିବାକୁ ସାହାଯ୍ୟ କରାଯାଉଛି। ଛାତ୍ରଛାତ୍ରୀମାନେ ସ୍ବାସ୍ଥ୍ୟ ପ୍ରଯୁକ୍ତି, ସ୍ବଚ୍ଛତା ପ୍ରଯୁକ୍ତି, ଆପ୍ଲିକେସନ ବିକାଶ ଓ ସାମାଜିକ ଉଦ୍ୟୋଗ ସ୍ଥାପନ ଲାଗି ଆଗେଇ ଆସୁଛନ୍ତି। 
ଉଦୀୟମାନ ଉଦ୍ୟୋଗୀଙ୍କୁ ଷ୍ଟାର୍ଟଅପ୍ ଓଡ଼ିଶା କିଭଳି ସହଯୋଗ କରୁଛି?
ଓଡ଼ିଶା ଷ୍ଟାର୍ଟଅପ୍ ନୀତି ୨୦୧୬ ଅଧୀନରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ବିଭିନ୍ନ ସୁବିଧା ଓ ଅନୁଦାନ ପ୍ରଦାନ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ ହଜାର ଟଙ୍କାର ମାସିକ ଅନୁଦାନ, ଉତ୍ପାଦ ବିକାଶ ଓ ମାର୍କେଟିଂ ସହାୟତା ପାଇଁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ଦିଆଯାଉଛି। ଏହା ବ୍ୟତୀତ ଆବଶ୍ୟକତା ଆଧାରିତ ପାଣ୍ଠି ଯୋଗାଇ ଦିଆଯାଉଛି। ସେମାନଙ୍କୁ ଓ-ହବ୍‌ରେ ସୁଲଭ ମୂଲ୍ୟରେ କାର୍ଯ୍ୟସ୍ଥଳ ପ୍ରଦାନ କରାଯାଉଛି। 
ଓଡ଼ିଶାରେ ୟୁନିକର୍ଣ୍ଣ ସୃଷ୍ଟି କରିବା ଯୋଜନା ଅଛି କି?
ଆଇଆଇଟି ଭୁବନେଶ୍ବର ଗବେଷଣା ଓ ଉଦ୍ୟମିତା ପାର୍କ ହେଉଛି ଷ୍ଟାର୍ଟଅପ୍ ନୀତି ୨୦୧୬ରେ ମାନ୍ୟତା ପାଇଥିବା ଏକ ଇନ୍‌କୁବେଟର। ଏହା ଷ୍ଟାର୍ଟଅପ୍‌ଗୁଡ଼ିକୁ ସମର୍ଥନ କରୁଥିବା ବେଳେ ନବସୃଜନ, ସହଯୋଗିତା ଓ ଉଦ୍ୟମିତା ବଢ଼ାଇବାରେ ସାହାଯ୍ୟ କରୁଛି। ୧୦୦ କ୍ୟୁବ୍‌ କନ୍‌କ୍ଲେଭ୍‌ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପାର୍କକୁ ଉଦ୍‌ଘାଟନ କରିଥିଲେ। 
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫ ଉପରେ ଆପଣଙ୍କ ମତ କ’ଣ?
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫ ଏକ ପ୍ରତିଷ୍ଠିତ ପ୍ଲାଟଫର୍ମ ଅଟେ। ଏଥିରେ ନବସୃଜନ, ଉଦ୍ୟମିତା ଓ ବ୍ୟବସାୟ ନେତୃତ୍ୱରେ ଅପୂର୍ବ କାର୍ଯ୍ୟ କରିଥିବା ସଂସ୍ଥା ଓ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ଏହି ପୁରସ୍କାର ଓଡ଼ିଶାର ଅଭିବୃଦ୍ଧି ପାଇଁ ଉଦ୍ୟମିତାରେ ଉନ୍ନତି ଆଣିବାରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ବ୍ୟବସାୟ, ଷ୍ଟାର୍ଟଅପ୍ ଓ ଉଦ୍ୟମିତାକୁ ଆଗକୁ ନେବା ପ୍ରତି ଉଲ୍ଲେଖ‌ନୀୟ ଯୋଗଦାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe