‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫: ତୃଣମୂଳସ୍ତରରେ ନୀତି ଲାଗୁ ହେଲେ ଓଡ଼ିଶା ଆହୁରି ଆଗକୁ ବଢ଼ିବ

Advertisment

ଚଳିତ ବର୍ଷକୁ ନେଇ ମୁଁ ବହୁତ ଆଶାବାଦୀ। ରାଜ୍ୟ ସରକାରଙ୍କ ଶିଳ୍ପ ନୀତି, ଖାଦ୍ୟ ପ୍ରକ୍ରିୟାକରଣ ନୀତି ଓ ପର୍ଯ୍ୟଟନ ନୀତି ବହୁତ ଭଲ ରହିଛି। କିଛି ନୀତିର କାର୍ଯ୍ୟକାରିତା ଗାଇଡ୍‌ଲାଇନ୍ ଆସିବା ବାକି ଅଛି।

ଚଳିତ ବର୍ଷକୁ ନେଇ ମୁଁ ବହୁତ ଆଶାବାଦୀ। ରାଜ୍ୟ ସରକାରଙ୍କ ଶିଳ୍ପ ନୀତି, ଖାଦ୍ୟ ପ୍ରକ୍ରିୟାକରଣ ନୀତି ଓ ପର୍ଯ୍ୟଟନ ନୀତି ବହୁତ ଭଲ ରହିଛି। କିଛି ନୀତିର କାର୍ଯ୍ୟକାରିତା ଗାଇଡ୍‌ଲାଇନ୍ ଆସିବା ବାକି ଅଛି।

gggdd

୨୦୨୫କୁ ନେଇ ଆପଣଙ୍କ ପୂର୍ବାନୁମାନ କଣ?
ଚଳିତ ବର୍ଷକୁ ନେଇ ମୁଁ ବହୁତ ଆଶାବାଦୀ। ରାଜ୍ୟ ସରକାରଙ୍କ ଶିଳ୍ପ ନୀତି, ଖାଦ୍ୟ ପ୍ରକ୍ରିୟାକରଣ ନୀତି ଓ ପର୍ଯ୍ୟଟନ ନୀତି ବହୁତ ଭଲ ରହିଛି। କିଛି ନୀତିର କାର୍ଯ୍ୟକାରିତା ଗାଇଡ୍‌ଲାଇନ୍ ଆସିବା ବାକି ଅଛି। ତୃଣମୂଳ ସ୍ତରରେ ନୀତିଗୁଡ଼ିକର ରୂପାୟନ ଉପରେ ଧ୍ୟାନ ଦିଆଗଲେ ଓଡ଼ିଶା ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିପାରିବ। ଉଦ୍ୟୋଗୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। ରାଜ୍ୟରେ ବିପୁଳ ସୁଯୋଗ ରହିଛି। ପ୍ରଯୁକ୍ତିର ବ୍ୟବହାର ଦ୍ବାରା ଏହା ଅଧିକ ବ୍ୟାପକ ହୋଇପାରିବ। ରାଜ୍ୟରେ ୧୧ଟି ଜିଲ୍ଲାରେ କୌଣସି ଶିଳ୍ପ ନାହିଁ। ସେହି ଜିଲ୍ଲାଗୁଡ଼ିକରେ କିଭଳି ଶିଳ୍ପ ସ୍ଥାପନ ହୋଇପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ପରିବହନ ସବ୍‌ସିଡି ଭଳି ବିଭିନ୍ନ ପ୍ରକାର ସୁବିଧା ସେମାନଙ୍କ ଲାଗି ଆଣିବାର ଆବଶ୍ୟକତା ରହିଛି। ଛୋଟ ଛୋଟ ସଂସ୍ଥାଗୁଡ଼ିକର ବ୍ରାଣ୍ଡିଂ ଓ ମାର୍କେଟିଂରେ ସହାୟତା ଦରକାର। ସେହି ଉଦ୍ୟୋଗୀମାନଙ୍କୁ ଆଗକୁ ବଢ଼ିବା ଲାଗି ସହଯୋଗ କରିବାକୁ ପଡ଼ିବ।

ରାଜ୍ୟରେ ଥିବା ଶିଳ୍ପାଞ୍ଚଳ କ’ଣ ଦରକାର କରୁଛନ୍ତି?
ଓଡ଼ିଶାରେ ୧୩୫ ଶିଳ୍ପାଞ୍ଚଳ ରହିଛି। ସେଗୁଡ଼ିକରେ ବିଦ୍ୟୁତ୍‌ ସଂଯୋଗ, ଜଳଯୋଗାଣ, ରାସ୍ତା ଓ ଡ୍ରେନେଜ୍ ଭଳି ସୁବିଧାସୁଯୋଗ ରହିଲେ ଉଦ୍ୟୋଗୀମାନେ ସେଗୁଡ଼ିକୁ ବ୍ୟବହାର କରି ସହଜରେ ଓ ସୁବିଧାରେ ନିଜର ବ୍ୟବସାୟ ଚଳାଇପାରିବେ। ରାଜ୍ୟ ଏମ୍ଏସ୍‌ଏମ୍‌ଇ ବିଭାଗ ଶିଳ୍ପାଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଉଥିବା ଜାଣି ଖୁସି ଲାଗୁଛି। 
ନୂଆ ଉଦ୍ୟୋଗୀଙ୍କୁ କିଭଳି ପ୍ରୋତ୍ସାହନ ଦରକାର?
ଆମ ନୂଆ ପିଢ଼ିର ଉଦ୍ୟୋଗୀମାନେ ପ୍ରଯୁକ୍ତି ବ୍ୟବହାର କରିବାରେ ବେଶ୍ ସିଦ୍ଧହସ୍ତ। ସେମାନେ ବୁଦ୍ଧିମାନ ମଧ୍ୟ। ସରକାର ସେମାନଙ୍କ ହାତ ଧରି ଆଗକୁ ବଢ଼ିବାରେ ସାହାଯ୍ୟ କରିବା ଦରକାର। ଯୁବ ଉଦ୍ୟୋଗୀଙ୍କ ସମସ୍ୟାକୁ ବୁଝିବା ଲାଗି ଜଣେ କମିସନର ପାହ୍ୟାର ଅଧିକାରୀଙ୍କୁ ନେଇ ଏକ ବ୍ୟବସ୍ଥା ରହିବା ଦରକାର। ଫଳରେ ଦୂରଦୂରାନ୍ତ ସ୍ଥାନରେ ଉଦ୍ୟୋଗୀ ହେବାକୁ ପ୍ରୟାସ କରୁଥିବା ଯୁବକଯୁବତୀମାନେ ଉପକୃତ ହୋଇପାରିବେ।
ସ୍ବୀକୃତି କିଭଳି ବ୍ରାଣ୍ଡ୍‌କୁ ବଜାରରେ ଆଗକୁ ବଢ଼ିବାରେ ସାହାଯ୍ୟ କରେ?
କଠିନ ପରିଶ୍ରମ କରିଥିବା ବ୍ୟକ୍ତିଙ୍କୁ ଏକ ପ୍ରତିଷ୍ଠିତ ମଞ୍ଚରେ ସ୍ବୀକୃତି ଦିଆଗଲେ ଆହୁରି ଭଲ କାମ କରିବାକୁ ତାଙ୍କୁ ଉତ୍ସାହ ମିଳିବ। ଏକ ସଫଳ ବ୍ରାଣ୍ଡ୍‌ ବା ଏକ ଉଜ୍ଜ୍ବଳ ତାରକା ଭାବେ ଆହୁରି ଆଗକୁ ବଢ଼ିବାକୁ ପ୍ରେରଣା ମିଳିବ। ଏହା ବ୍ରାଣ୍ଡ୍‌କୁ ଅଧିକ ଲୋକଙ୍କ ପାଖରେ ପରିଚିତ କରାଇବ। ଉଦ୍ୟୋଗୀ କେବେ ଗୁଣାତ୍ମକ ମାନ ସହ ସାଲିସ କରିବା ଅନୁଚିତ। ଉତ୍କର୍ଷ ପାଇଁ ପ୍ରୟାସ ନିରନ୍ତର ଜାରି ରହିବା ଦରକାର। ସଦାସର୍ବଦା ଉନ୍ନତି ଆଣିବା ଲାଗି ଉଦ୍ୟମ କରିବାକୁ ହେବ। 
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫ ସମ୍ପର୍କରେ ଆପଣଙ୍କ ମତ କ’ଣ?
ମୁଁ କହିବି ବହୁତ ଭଲ। ଏହା ଏକ ଅନୁକରଣ କରିବା ଭଳି ପଦକ୍ଷେପ। ଏହି ପ୍ରୟାସ ପାଇଁ ମୁଁ ସମ୍ବାଦକୁ ହୃଦୟରୁ ଧନ୍ୟବାଦ ଜଣାଇବାକୁ ଚାହୁଛି। ଏହା ଏକ ଅତ୍ୟନ୍ତ ପ୍ରଶଂସନୀୟ ଅଭିଯାନ ଯାହା ଆମ ରାଜ୍ୟର ଭଲ କାମ କରୁଥିବା ଉଦ୍ୟୋଗୀଙ୍କୁ ସାମ୍ନାକୁ ଆଣିବ। ରାଜ୍ୟର ସମସ୍ତ ଉଦ୍ୟୋଗୀ ଏଭଳି ଅଭିଯାନରେ ସାମିଲ ହୋଇ ତାହାର ଲାଭ ଉଠାଇବା ଉଚିତ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe