ଭୁବନେଶ୍ବର: ରାଜ୍ୟରେ ଅନେକ କ୍ଷୁଦ୍ର ଶିଳ୍ପ ରହିଛି। ସେଥିରୁ ସିଂହଭାଗ ସଂସ୍ଥା ଅତି ଛୋଟ ଧରଣର। ସେଗୁଡ଼ିକୁ ପ୍ରତିଷ୍ଠିତ ବ୍ରାଣ୍ଡ୍‌ ଭାବେ ଗଢ଼ିତୋଳିବାକୁ ହେଲେ ପ୍ରଥମେ ସେମାନଙ୍କ ବ୍ୟବସାୟ ସ୍ଥାୟୀ ହେବା ଦରକାର। ଏହାପରେ ବ୍ରାଣ୍ଡ୍‌ରେ ପରିଣତ ହେବା ପାଇଁ ସେମାନଙ୍କୁ ସହଯୋଗ ଆବଶ୍ୟକ ବୋଲି ମଡର୍ଣ୍ଣ ଟେଷ୍ଟ ସେଣ୍ଟର୍‌ର ସିଇଓ ରାଜେନ୍ଦ୍ର କୁମାର ମିଶ୍ର କହିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ବଡ଼ ଶିଳ୍ପ ଗଢ଼ି ଉଠିଲେ ସେମାନଙ୍କ ଜରିଆରେ ଛୋଟ ଉଦ୍ୟୋଗଗୁଡ଼ିକୁ କଞ୍ଚାମାଲ ମିଳିପାରିବ। ସେମାନଙ୍କ ଉତ୍ପାଦିତ ଜିନିଷ ମଧ୍ୟ ରାଜ୍ୟ ଭିତରେ ବ୍ୟବହାର ହୋଇପାରିବେ। ଏହିଭଳି ଭାବେ କ୍ଷୁଦ୍ର ଶିଳ୍ପର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି। 

Advertisment

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

୨୦୧୮ରେ ତାଙ୍କ ସଂସ୍ଥା ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ପୁରସ୍କାର ଜିତିଥିଲା। ‘ସମ୍ବାଦ’ର ଏହି ଅଭିଯାନକୁ ପ୍ରଶଂସା କରି ଶ୍ରୀ ମିଶ୍ର କହିଛନ୍ତି ଯେ ଏହା ଏକ ବହୁତ ଭଲ ପଦକ୍ଷେପ। ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିଷ୍ଠା ହାସଲ କରିଥିବା ଓଡ଼ିଶାର ବ୍ରାଣ୍ଡ୍‌ଗୁଡ଼ିକୁ ଏହା ଲୋକଲୋଚନକୁ ଆଣୁଛି। ଜଣେ ଉଦ୍ୟୋଗୀ ପାଇଁ ସ୍ବୀକୃତି ବହୁତ ଜରୁରୀ। ତାହା ତାଙ୍କ ମନୋବଳ ବଢ଼ାଇଥାଏ। ସଫଳ ଉଦ୍ୟୋଗୀମାନଙ୍କୁ ଲୋକଲୋଚନକୁ ଆଣିବା‌ ପାଇଁ ‘ସମ୍ବାଦ’ ଏଭଳି ଏକ ଅଭିଯାନ ଆରମ୍ଭ କରିବା ଓ ବର୍ଷ ବର୍ଷ ଧରି ତାହାକୁ ଜାରି ରଖିବା ନିଶ୍ଚିତ ରୂପେ ପ୍ରଶଂସନୀୟ ବିଷୟ। ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ରାଜ୍ୟର ସମସ୍ତ ଉଦ୍ୟୋଗୀ ଏଥିରେ ଭାଗ ନେବା ଉଚିତ୍‌ ବୋଲି ସେ କହିଛନ୍ତି।

Fire: ନିଆଁରେ ଜଳିଗଲା ଘର, ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ବର୍ଷକର ପରିଶ୍ରମ ଓ ଆସବାବପତ୍ର...