ଭୁବନେଶ୍ବର: ଏକ ସଂସ୍ଥା ପାଇଁ ବ୍ରାଣ୍ଡ୍‌ ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ତାହା କମ୍ପାନିର ଉତ୍ପାଦ କିମ୍ବା ସେବା ଓ ଗୁଣାତ୍ମକ ମାନ କିଭଳି ତାହା ଜଣାଇଥାଏ ବୋଲି ଗ୍ଲେଜ୍‌ ଗ୍ରୁପ୍‌ର ଡାଇରେକ୍ଟର ସୁପ୍ରୀତି ମିଶ୍ର କହିଛନ୍ତି। ୨୦୨୦ରେ ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌: ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ପୁରସ୍କାର ଜିତିଥିବା ସୁପ୍ରୀତି କହନ୍ତି, କିଛି ବର୍ଷ ମଧ୍ୟରେ ସାଧାରଣ ଲୋକଙ୍କ ଭିତରେ ଉଦ୍ୟୋଗୀମାନଙ୍କ ଗ୍ରହଣୀୟତା ବଢ଼ିଛି। ଉଦ୍ୟୋଗୀମାନେ ବି ବ୍ରାଣ୍ଡ୍‌ର ଗୁରୁତ୍ବକୁ ଭଲ ଭାବେ ବୁଝିପାରିଛନ୍ତି। ଗୋଟିଏ ଆକର୍ଷଣୀୟ ଲୋଗୋ କିମ୍ବା ଭଲ ନାଁଟିଏ ଦେଇଦେଲେ ତାହା ବ୍ରାଣ୍ଡ୍‌ ହୋଇଯାଏନି। ତା’ପଛରେ ଅନେକ ପରିଶ୍ରମ କରିବାକୁ ପଡ଼େ। ଲୋଗୋ ଓ ନାଁ ନିଶ୍ଚିତ ରୂପେ ଜରୁରୀ। କିନ୍ତୁ ତା’ଠାରୁ ଅଧିକ ଆବଶ୍ୟକ ହେଉଛି ଗୁଣାତ୍ମକ ମାନକୁ ସବୁବେଳେ ବଜାୟ ରଖିବା ଓ ଲଗାତାର ଭାବେ ସେଥିରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିବା। ବ୍ରାଣ୍ଡ୍‌ ହେଉଛି ଏକ ପରିଚୟ। ତାହାର ପ୍ରତିଷ୍ଠା ବଜାୟ ରଖିବା ପାଇଁ ସଦାସର୍ବଦା କାମ କରିବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି।

Advertisment

Love & Firing: ପ୍ରେମ ପାଇଁ ଫୁଟିଲା ଗୁଳି, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ସ୍ବୀକୃତିର ଗୁୁରୁତ୍ବ ସମ୍ପର୍କରେ ସେ କହିଛନ୍ତି ଯେ ପୁରସ୍କାର ମିଳିଲେ ଉଦ୍ୟୋଗୀଙ୍କୁ ଡବଲ୍‌ ଖୁସି ମିଳେ।  ଉତ୍ସାହ ବହୁତ ବଢ଼ିଯାଏ। ଯେମିିତି ପିଲାଟିଏ ପଢ଼ିବା ବେଳେ ଶ୍ରେଣୀରେ ପ୍ରଥମ ହେଲେ ଖୁସି ହୋଇଥାଏ, ପୁରସ୍କାର ଉଦ୍ୟୋଗୀମାନଙ୍କ ପାଇଁ ଠିକ୍ ସେହିଭଳି କାମ କରେ ବୋଲି ସୁପ୍ରୀତି କହିଛନ୍ତି। ମହିଳା ଉଦ୍ୟୋଗୀମାନେ ନିଜ ଯାତ୍ରାରେ ଅନେକ ଆହ୍ବାନ ସାମ୍ନା କରି ଆଗକୁ ବଢ଼ନ୍ତି। ଯେତେବେଳେ ଜଣେ ମହିଳା ଉଦ୍ୟୋଗୀଙ୍କୁ ପ୍ରଶଂସା କରାଯାଏ, ତାହା ତାଙ୍କ ପାଇଁ ପ୍ରେରଣା ଭାବେ କାମ କରେ ବୋଲି ସେ କହିଛନ୍ତି। ପ୍ରଶଂସା ଓ ସମ୍ମାନ କିନ୍ତୁ ରାଜ୍ୟର ବଡ଼ ସହରଗୁଡ଼ିକରେ ସୀମିତ ରହିଛି। ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳରେ କାମ କରୁଥିବା ଉଦ୍ୟୋଗୀମାନଙ୍କୁ ସାମ୍ନାକୁ ଆଣିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି। ‘ସମ୍ବାଦ’ର କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ମିଳିବା ମୋ ପାଇଁ ଡବଲ୍‌ ପ୍ରେରଣା ଭାବେ କାମ କରିଥିଲା ବୋଲି ସୁପ୍ରୀତି କହିଛନ୍ତି।

Bangladesh: ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି, ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଗଛରେ ବାନ୍ଧିଲେ