ଢାକା : ବାଂଲାଦେଶରେ ଜଣେ ୪୦ ବର୍ଷୀୟା ବିଧବା ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଏହା ପରେ ତାଙ୍କୁ ଏକ ଗଛରେ ବାନ୍ଧି ଅତ୍ୟାଚାର କରାଯିବା ସହ ତାଙ୍କ କେଶ କାଟିଦିଆଯାଇଛି । ଚାରିପଟେ ଶହ ଶହ ଲୋକ ଦେଖୁଥିଲେ ବି ମୁକଦର୍ଶକ ସାଜିଥିଲେ। ଘଟଣାଟି ଘଟିଛି ଝିନାଇଦା ଜିଲ୍ଲାର କାଳିଗଞ୍ଜରେ ।
ଦୁର୍ବୃତ୍ତମାନେ ଏହି ମହିଳାଙ୍କ ଉପରେ ପାଶବିକ ଅତ୍ୟାଚାର କରିବାର ଭିଡିଓ ମଧ୍ୟ ରେକର୍ଡ କରିଥିଲେ । ବାଂଲାଦେଶୀ ଖବରକାଗଜ ପ୍ରତିଦିନର ଏକ ରିପୋର୍ଟ ଅନୁଯାୟୀ, ପୀଡିତା କହିଛନ୍ତି ଯେ ଅଢ଼େଇ ବର୍ଷ ପୂର୍ବେ ସେ ଶାହିନ ନାମକ ବ୍ୟକ୍ତି ଏବଂ ତାଙ୍କ ଭାଇଙ୍କଠାରୁ ୨୦ ଲକ୍ଷ ଟାକା (ଟଙ୍କା)ରେ ଜମି ସହିତ ଏକ ଦୁଇ ମହଲା ଘର କିଣିଥିଲେ। ସେବେଠାରୁ ମୁଖ୍ୟ ଅଭିଯୁକ୍ତ ଶାହିନ ତାଙ୍କ ଉପରେ ଖରାପ ଦୃଷ୍ଟି ପକାଇଚାଲିଥିଲା । ଶାହିନ ପୂର୍ବରୁ ତାଙ୍କ ପ୍ରତି ଅନେକ ଅଶାଳୀନ ବ୍ୟବହାର କରିଥିଲେ ଓ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଫଳରେ ପ୍ରତିଶୋଧ ପରାୟଣ ହୋଇ ସେ ଏପରି କାଣ୍ଡ ଘଟାଇଛନ୍ତି ।
ଆହୁରି ପଢନ୍ତୁ : Maneka Gandhi said about Pollution: ଯେଉଁମାନେ ବାଣ ଫୁଟାନ୍ତି ସେମାନେ ଦେଶଦ୍ରୋହୀ: ମାନେକା ଗାନ୍ଧୀ
ଗଣବଳାତ୍କାର ପରେ ୫୦ ହଜାର ଟଙ୍କା ଦାବି କରିଥିଲେ
ସେ ପୁଲିସକୁ କହିଛନ୍ତି ଯେ ଗତ ଶନିବାର ସନ୍ଧ୍ୟାରେ ଶାହିନ ଏବଂ ତାଙ୍କ ବନ୍ଧୁ ହାସନ ହଠାତ୍ ତାଙ୍କ ଘରେ ପ୍ରବେଶ କରି ତାଙ୍କୁ ବଳାତ୍କାର କରିଥିଲେ। ଏହା ପରେ ତାଙ୍କୁ ଗଛରେ ବାନ୍ଧି କେଶ କାଟିବା ସହ ଭିଡିଓ ରେକର୍ଡ କରିଥିଲେ । କେବଳ ଏତିକି ନୁହେଁ ଉଭୟ ଅଭିଯୁକ୍ତ ତାଙ୍କଠାରୁ ଆଉ ୫୦ ହଜାର ଟଙ୍କା ଦାବି କରିଥିଲେ।
ଆହୁରି ପଢନ୍ତୁ : Sex Racket Busted: ଆଇଏଏସ ଅଧିକାରୀଙ୍କ ଘରେ ଚାଲିଥିଲା ସେକ୍ସ ରାକେଟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2026/01/05/bangladesh-2026-01-05-22-51-44.png)