ଭୁବନେଶ୍ବର: ଏଆଇ ବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଆସିବା ପରେ କମ୍ପାନିଗୁଡ଼ିକରେ ଅଟୋମେସନ୍‌ ବଢ଼ିଯାଇଛି। ଏଆଇ ଅନେକ କିଛି କାର୍ଯ୍ୟ କରିପାରୁଛି, କିନ୍ତୁ କାହାଣୀ କହିବାରେ ଅସମର୍ଥ। ଏଭଳି ସ୍ଥିତିରେ ବଡ଼ ବଡ଼ କମ୍ପାନି ଏବେ ଷ୍ଟୋରି ଟେଲର୍‌ ବା କାହାଣୀକାର ନିଯୁକ୍ତି ଦେଉଛନ୍ତି। ତେଣୁ ଏହା ଏକ ଉଚ୍ଚ ବେତନଧାରୀ ପେସାରେ ପରିଣତ ‌ହୋଇଯାଇଛି। ଏହା କହିବାର ଉଦ୍ଦେଶ୍ୟ ହେଲା କାହାଣୀ କହିବା ଅର୍ଥ ବ୍ରାଣ୍ଡିଂ କରିବା। ବ୍ରାଣ୍ଡିଂ ରାତାରାତି ଫଳ ଦେଇ ନ ପାରେ। କିନ୍ତୁ ଦୀର୍ଘ ଅବଧିରେ ଏହାର ସୁଫଳ ମିଳିଥାଏ। 

Advertisment

fhfsfhxvbbxv

ଷ୍ଟିଭ ଜବ୍ସ ତାଙ୍କର ଏକ ବହିରେ କହିଛନ୍ତି ଯେ ଯଦି ତାଙ୍କ ଆକାଉଣ୍ଟରେ ଟଙ୍କାଟିଏ ଥା’ନ୍ତା ସେ ତାହାକୁ ବ୍ରାଣ୍ଡିଂ ଓ ମାର୍କେଟିଂରେ ଖର୍ଚ୍ଚ କରିଥାନ୍ତେ। ତେଣୁ ବ୍ରାଣ୍ଡିଂ କେତେ ଗୁରୁତ୍ବପୂର୍ଣ୍ଣ ତାହା ଜବ୍ସଙ୍କ ମନ୍ତବ୍ୟରୁ ବୁଝାପଡ଼ୁଛି। ଏହା କମ୍ପାନିକୁ ଆଗକୁ ନେବାରେ ସହାୟକ ହୋଇଥାଏ। ତେଣୁ ଉତ୍ପାଦ ଭଳି ବ୍ରାଣ୍ଡିଂ ହେଉଛି ଗୋଟିଏ କମ୍ପାନିର ମୂଳ ଜିନିଷ। ଏହା କମ୍ପାନିର ଉତ୍ପାଦ ବିକ୍ରିକୁ ବହୁଗୁଣିତ କରିଥାଏ ବୋଲି ସ୍କାଏସ୍କିଲ୍ ଏକାଡେମିର ଏମ୍‌ଡି ତଥା ସିଇଓ ହିମାଂଶୁ ଶେଖର ପଣ୍ଡା କୁହନ୍ତି। ତାଙ୍କ ମତରେ ପୁୂରସ୍କାର କେବଳ କମ୍ପାନିର ଉଦ୍ୟୋକ୍ତାମାନଙ୍କୁ ନୁହେଁ କର୍ମଚାରୀମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ଏହା ଉତ୍‌ପ୍ରେରକର ଭୂମିକା ନେଇଥାଏ। କମ୍ପାନିରେ କର୍ମଚାରୀମାନେ କରୁଥିବା

Narendra Modi: ‘ଭାରତର ଯୁବପିଢ଼ି ଦେଶକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେବା ଉଚିତ’

କାର୍ଯ୍ୟ ବା ଉଦ୍ୟମ ଫଳପ୍ରଦ ହେଉଛି ବୋଲି ସେମାନେ ଅନୁଭବ କରିଥାନ୍ତି। ତେଣୁ ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ: ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ନିଶ୍ଚିତଭାବେ ପ୍ରଶଂସାଯୋଗ୍ୟ। ଏଥିସହିତ ‘ସମ୍ବାଦ’ର ପୁରସ୍କାର ଅନ୍ୟ ସଂସ୍ଥାମାନଙ୍କଠାରୁ ନିଶ୍ଚିତ ଭାବେ ଭିନ୍ନ। କାରଣ ଏହା ପ୍ରତିଭା ଆଧାରରେ ହିଁ ପ୍ରଦାନ କରାଯାଉଛି। ଏହି ପୁରସ୍କାର ବା ଅଭିଯାନ ବର୍ଷ ବର୍ଷ ଧରି ଚାଲୁ ଏବଂ ଛୋଟଠାରୁ ଆରମ୍ଭ କରି ବଡ଼ ଉଦ୍ୟୋଗୀଙ୍କୁ ପ୍ରେରଣା ଯୋଗାଇ ଚାଲୁଥାଉ ବୋଲି ଶ୍ରୀ ପଣ୍ଡା ମତ ଦେଇଛନ୍ତି।

BJD Strike: ମଣ୍ଡି ଅବ୍ୟବସ୍ଥା ନେଇ ଟ୍ରେଲର ଦେଖାଇଲୁ, ପିଲ୍ମ ଦେଖାଇବୁ: ବିଜେଡି