ଭୁବନେଶ୍ବର: ବ୍ରାଣ୍ଡ୍ ହେଉଛି ଏକ ପରିଚୟ। ଏକ ନାମ। ଯେଭଳି ପିଲାଟିଏ ଜନ୍ମ କଲେ ତାହାର ନାମକରଣ କରାଯାଏ ଓ ଲାଳନପାଳନ କରାଯାଏ, ବ୍ରାଣ୍ଡ୍କୁ ମଧ୍ୟ ଠିକ୍ ସେହିଭଳି ଯତ୍ନ ଦରକାର। ବ୍ରାଣ୍ଡ୍କୁ ସବୁବେଳେ ବଜାରରେ ହେଉଥିବା ପ୍ରତିଯୋଗିତାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ କରିବାକୁ ହେବ। ଅନେକ ପ୍ରତିଷ୍ଠିତ ବ୍ରାଣ୍ଡ୍ ତାହା ସହ ପ୍ରତିଯୋଗିତା କରିବେ। ଗୁଣାତ୍ମକ ମାନ ଭଲ ହୋଇଥିଲେ ହିଁ ତାହା ପ୍ରତିଯୋଗିତାରେ ବିଜୟୀ ହୋଇ ଆଗକୁ ବଢ଼ିପାରିବ ବୋଲି ନୋବେଲ୍ ଫାର୍ମାକେୟାରର ପ୍ରତିଷ୍ଠାତା ସୁବ୍ରତ ଗରାବଡ଼ୁ କହିଛନ୍ତି। ବ୍ରାଣ୍ଡ୍ ନଥିଲେ ତାହା କେବଳ ଏକ ସାଧାରଣ ସାମଗ୍ରୀ ହୋଇଯିବ। ବଜାରରେ ସ୍ବତନ୍ତ୍ର ହୋଇପାରିବ ନାହିଁ। ଆଖିଦୃଶିଆ ହେବନାହିଁ। ଯେତେବେଳେ ଗୋଟିଏ ବ୍ରାଣ୍ଡ୍ ଲଗାତାର ଭାବେ ଲୋକଙ୍କ ନଜରକୁ ଆସିବ ତାହା ଉପରେ ସେମାନଙ୍କ ଭରସା ସୃଷ୍ଟି ହେବ। ଗ୍ରାହକଙ୍କ ସେହି ବିଶ୍ବାସ ହିଁ ବ୍ୟବସାୟକୁ ଆଗକୁ ବଢ଼ାଇବ।
PMAY: ଗରିବ ଅସହାୟଙ୍କ ପାଇଁ ଆବାସ ଯୋଜନା ସାତସପନ
ବ୍ରାଣ୍ଡ୍ଟିଏ ଗଢ଼ିବାକୁ ବର୍ଷ ବର୍ଷ ସମୟ ଲାଗିଯାଏ। କିନ୍ତୁ ସାମାନ୍ୟ ଅବହେଳାରୁ ଅଳ୍ପ କିଛି ମିନିଟ୍ରେ ତାହାର ପ୍ରତିଷ୍ଠା ନଷ୍ଠ ହୋଇଯିବାର ଆଶଙ୍କା ରହିଛି। ଉଦ୍ୟୋଗୀମାନେ କେବେବି ସେହି କଥା ଭୁଲିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ସ୍ବୀକୃତିର ଆବଶ୍ୟକତା ସମ୍ପର୍କରେ ସେ କହିଛନ୍ତି ଯେ ଯେତେବେଳେ ଜଣକ ପରିଶ୍ରମକୁ କେହି ପ୍ରଶଂସା କରନ୍ତି, ତାଙ୍କୁ ଖୁସି ଲାଗିବା ସ୍ବାଭାବିକ। ଉଦ୍ୟୋଗୀମାନଙ୍କୁ ଦିଆଯାଉଥିବା ସମ୍ମାନ, ସ୍ବୀକୃତି ଓ ପୁରସ୍କାର ତାଙ୍କ ମନୋବଳ ବଢ଼ାଏ। ସେମାନଙ୍କୁ ଅଧିକ ପରିଶ୍ରମ କରିବା ଓ ଆଗକୁ ବଢ଼ିବାକୁ ପ୍ରେରଣା ଦିଏ। ଉଦ୍ୟୋଗୀମାନଙ୍କୁ ଲୋକଲୋଚନକୁ ଆଣିବା ଲାଗି ‘ସମ୍ବାଦ’ ହାତକୁ ନେଇଥିବା ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୬ ଏକ ବହୁତ ଭଲ ଉଦ୍ୟମ। ‘ସମ୍ବାଦ’ ଯେଭଳି ଉଦ୍ୟମ କରୁଛି, ଛୋଟ ଉଦ୍ୟୋଗଗୁଡ଼ିକର ବ୍ରାଣ୍ଡ୍ର ପ୍ରସାର କରିବା ଲାଗି ସରକାର ମଧ୍ୟ ପ୍ରୟାସ କରିବା ଦରକାର ବୋଲି ସେ କହିଛନ୍ତି।
Business : ବଢ଼ୁଛି ବାଣିଜ୍ୟିକ ନିଅଣ୍ଟ: ଡିସେମ୍ବରରେ ଆମଦାନି ୮.୮% ବୃଦ୍ଧି, ରପ୍ତାନିରେ ମାତ୍ର ୧.୮୬
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/17/dggdzvcvczvc-2026-01-17-02-34-19.jpg)