ଭୁବନେଶ୍ବର: ବଜାରରେ ଗୋଟେ କମ୍ପାନିକୁ ଭଲ ବ୍ରାଣ୍ଡ୍ ତିଆରି କରିବା ପାଇଁ ଅନେକ ସମୟ ଲାଗିଥାଏ। ଉତ୍ତମ ଗୁଣବତ୍ତାସମ୍ପନ୍ନ ଉତ୍ପାଦ ପ୍ରସ୍ତୁତ କରିବାକୁ ହୋଇଥାଏ। ଉତ୍ପାଦକୁ ଦୀର୍ଘସ୍ଥାୟୀ କରିବାକୁ ପଡ଼ିଥାଏ। ଏଥିସହିତ ଗ୍ରାହକମାନଙ୍କୁ ପ୍ରତିବଦ୍ଧତାର ସହ ଉନ୍ନତମାନର ସେବା ମଧ୍ୟ ଯୋଗାଇବାକୁ ପଡ଼ିଥାଏ। ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେଲେ ସେମାନେ କମ୍ପାନି ପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ବ୍ରାଣ୍ଡ୍ ଆମ୍ବାସଡର ପାଲଟିଯାଇଥାନ୍ତି। ଅନ୍ୟ ନିକଟରେ କମ୍ପାନିର ବାର୍ତ୍ତା ପହଞ୍ଚାଇଥାନ୍ତି। ଏହାଦ୍ବାରା କମ୍ପାନି ଆଗକୁ ବଢ଼ିବା ସହିତ ନୂଆ ନୂଆ ସ୍ଥାନରେ ପହଞ୍ଚି ପାରିଥାଏ।
ASBM University: ଏଏସ୍ବିଏମ୍ ବିଶ୍ବବିଦ୍ୟାଳୟରେ ଲିଟେରାରି ସିମ୍ପୋଜିୟମ
ତେଣୁ ବ୍ରାଣ୍ଡ୍ ସୃଷ୍ଟିରେ ଗ୍ରାହକ ସନ୍ତୁଷ୍ଟି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଫ୍ଲୋରା ଫାଉଣ୍ଟେନ୍ସ ଆଣ୍ଡ୍ ଆମ୍ୟୁଜମେଣ୍ଟସ୍ର ମୁଖ୍ୟ ଦେବୀପ୍ରସାଦ ପଟ୍ଟନାୟକ କୁହନ୍ତି। ତାଙ୍କ ମତରେ ଗୋଟେ ବ୍ରାଣ୍ଡ୍ ତିଆରି କରିବା କଷ୍ଟସାଧ୍ୟ ହୋଇଥିଲେ ବି ସେଥିରୁ ଅନେକ ଖୁସି ମିଳିଥାଏ। ଉଦ୍ୟୋଗୀମାନଙ୍କୁ ପୁରସ୍କାର ମିଳିଲେ ସେମାନେ ଆନନ୍ଦ ପାଇଥାନ୍ତି। ‘ସମ୍ବାଦ’ ପକ୍ଷରୁ ଦିଆଯାଉଥିବା କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ନିଶ୍ଚିତଭାବେ ପ୍ରଶଂସନୀୟ ଏବଂ ଭଲ ପ୍ରୟାସ ବୋଲି ସେ କୁହନ୍ତି।
Minister Said about Startup: ଷ୍ଟାର୍ଟଅପ୍ ରୢାଙ୍କ ଖସିବା ପାଇଁ ପୂର୍ବ ସରକାର ଦାୟୀ: ମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/20/hffhxvvbbv-2026-01-20-01-30-35.jpg)