ଭୁବନେଶ୍ବର: ଓଡ଼ିଶାର ଷ୍ଟାର୍ଟଅପ୍‌ ରୢାଙ୍କରେ ହୋଇଥିବା ଅବନତିକୁ ନେଇ ଏମ୍ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୂର୍ବର ବିଜୁ ଜନତା ଦଳ (ବିଜେଡି) ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ସମୟକୁ ବିଚାରକୁ ନେଇ ଏହି ରିପୋର୍ଟ ତିଆରି କରାଯାଇଛି ସେତେବେଳେ ଶାସନରେ ବିଜେଡି ସରକାର ଥିଲା। ୨୦୨୩ ଜାନୁଆରି ୧ରୁ ୨୦୨୪ ନଭେମ୍ବର ୩୦ ପର୍ଯ୍ୟନ୍ତର ସମୟକୁ ବିଚାରକୁ ନିଆଯାଇଥିଲା। ସେଥିରୁ ମାତ୍ର ୬ ମାସ ବିଜେପି ସରକାର ଶାସନ କରିଥିଲା। ମାତ୍ର ୬ ମାସରେ କ’ଣ ବିଜେପି ସରକାର ରୢାଙ୍କ ଖସାଇଦେଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ବିଜେଡି ସରକାରଙ୍କୁ ସମାଲୋଚନା କରି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ପୂର୍ବ ସରକାର ଅମଳରେ କେବଳ କାଗଜକଲମରେ ଷ୍ଟାର୍ଟଅପ୍‌ ଚାଲିଥିଲା। ଆମେ ଶାସନକୁ ଆସିବା ପରେ ଓ-ହବ୍‌ କେଳେଙ୍କାରି ଧରିଥିଲୁ ଓ ତଦନ୍ତ ନିର୍ଦ୍ଦେଶ ଦେଇଥିଲୁ। ତାହା ବିଜେଡିର ସୋସିଆଲ ମିଡିଆ ପାଇଁ ବ୍ୟବହାର କରାଯାଉଥିଲା। ବିଜେଡି କର୍ମକର୍ତ୍ତା ବେତନ ନେଇ ସେଠାରେ କାମ କରୁଥିଲେ। ପୂର୍ବ ସରକାରଙ୍କ ଅମଳ ୨୦୧୬ରୁ ୨୦୨୪ ଭିତରେ ୧୧୦୦ ଷ୍ଟାର୍ଟଅପ୍‌ ଥିଲା। ବିଜେପି ଶାସନ ଭାର ଗ୍ରହଣ କରିବା ପରେ ରାଜ୍ୟରେ ଷ୍ଟାର୍ଟଅପ୍‌ ସଂଖ୍ୟା ୨୫୫୦କୁ ବୃଦ୍ଧି ପାଇଛି। ଦେଢ଼ ବ‌ର୍ଷ ଭିତରେ ଏତେ ଷ୍ଟାର୍ଟଅପ୍‌ ସୃଷ୍ଟି ହେବା ଏକ ରେକର୍ଡ। ବିଜେଡି ଯେଉଁ ତଥ୍ୟ ସୋସିଆଲ ମିଡିଆରେ ବୁଲାଉଛି ତାହା ଆମକୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢନ୍ତୁ: Australian Open: ଅଷ୍ଟ୍ରେଲିଆନ୍‌ ଓପନ୍‌ ସ୍ବପ୍ନ ସାକାର ଦିଗରେ ଗୋଟିଏ ପାଦ ବଢ଼ାଇଲେ ସ୍ବିତେକ

ଷ୍ଟାର୍ଟଅପ୍‌ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଏମ୍ଏସ୍‌ଏମଇ, ଶିକ୍ଷା, ଶିଳ୍ପ ଓ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟ ଆଗକୁ ବଢ଼ୁଛି। ପ୍ରତି ବ୍ଲକ୍‌ରେ ପିଲାମାନଙ୍କୁ ଏମ୍ଏସ୍‌ଏମ୍ଇ ତାଲିମ ଦିଆଯାଉଛି। ଏହି ପ୍ରସଙ୍ଗରେ ବିତର୍କ କରିବା ପାଇଁ ଆମ ଦେଢ଼ ବର୍ଷର ସରକାର ପୂର୍ବର ୨୪ ବର୍ଷର ସରକାରଙ୍କୁ ଆହ୍ବାନ ଦେଉଛୁ। ଆଗକୁ ରାଜ୍ୟର ଷ୍ଟାର୍ଟଅପ୍‌ ରୢାଙ୍କରେ ଉନ୍ନତି ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଆହୁରି ପଢନ୍ତୁ: Jammu Kashmir-Jawan Martyred: କାଶ୍ମୀରରେ ଆତଙ୍କବାଦୀ ନିରୋଧୀ ଅଭିଯାନ, ଜଣେ ଯବାନ ସହିଦ

କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟବସାୟ ପ୍ରସାର ବିଭାଗ (ଡିପିଆଇଆଇଟି) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଷ୍ଟାର୍ଟଅପ୍‌ ରୢାଙ୍କିଂରେ ଓଡ଼ିଶା ‘ଆସ୍ପାୟାରିଂ ଲିଡର’ ବର୍ଗକୁ ଖସିଆସିଛି। ୨୦୨୨ ସଂସ୍କରଣରେ ଓଡ଼ିଶା‌ ‘ଟପ୍‌ ପରଫର୍ମର’ ବର୍ଗରେ ଥିଲା। ୨୦୧୮ରେ ଏହି ରୢାଙ୍କ ଆରମ୍ଭ ହେବା ବେଳକୁ ଓଡ଼ିଶା ଚାରି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ଭିତରେ ଥିଲା। ୨୦୧୯ରେ ଶ୍ରେଷ୍ଠ ପାଞ୍ଚ ଲିଡର୍ସ ରାଜ୍ୟ ମଧ୍ୟରେ ରହିଥିଲା। ୨୦୨୧ରେ ମଧ୍ୟ ଏହା ପାଞ୍ଚ ଶ୍ରେ‌ଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିଲା।