ଭୁବନେଶ୍ବର: ଯେପର୍ଯ୍ୟନ୍ତ କୌଣସି ଉତ୍ପାଦ କିମ୍ବା ସେବା ବିଷୟରେ ସୂଚନା ଲୋକଙ୍କ ହାତପାଆନ୍ତରେ ପହଞ୍ଚିନାହିଁ, ସେବିଷୟରେ ସେମାନେ ଜାଣିପାରିବେ ନାହିଁ। ବ୍ରାଣ୍ଡ୍ର ସଚେତନତା ବଢ଼ାଇଲେ ହିଁ ତାହା ଗ୍ରାହକଙ୍କ ପାଖରେ ପହଞ୍ଚିପାରିବ। ଲୋକମାନେ ସେବିଷୟରେ ଜାଣିଲେ ହିଁ ତାହାକୁ ନେବା ବିଷୟରେ ଚିନ୍ତା କରିବେ ବୋଲି ଅଟୋମୋବାଇଲ୍ ଡକ୍ଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡ. ଏସ୍କେ ସଲମାନ ଖୁର୍ସିଦ କହିଛନ୍ତି। ବ୍ରାଣ୍ଡିଂର ପ୍ରଥମ ପାହାଚ ହେଉଛି ପ୍ରଥମେ ଗ୍ରାହକଙ୍କ ପାଖରେ ପରିଚିତ ହେବାକୁ ପଡ଼ିବ। ଯଦି କୌଣସି ଗ୍ରାହକ ଆପଣଙ୍କ ବ୍ରାଣ୍ଡ୍କୁ ଖୋଜିଲେ ପାଉନାହାନ୍ତି, ତେବେ ସେ ବାଧ୍ୟ ହୋଇ ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ପାଖକୁ ଯିବେ। ତେଣୁ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲାଗି ଜୋରଦାର ବ୍ରାଣ୍ଡିଂର ଆବଶ୍ୟକତା ରହିଥିବା ସେ କହିଛନ୍ତି।
Examination: ଭଦ୍ରକ ଜିଲ୍ଲାରେ ୨୨ ହଜାର ଛାତ୍ର ଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା
କେବଳ ଲୋକଙ୍କ ପାଖରେ ପହଞ୍ଚିବା ଲାଗି ବିପୁଳ ଖର୍ଚ୍ଚ କରିଦେଲେ ଚଳିବ ନାହିଁ। ଉପଯୁକ୍ତ ମାର୍ଗଦର୍ଶନ ସହ ଆଗକୁ ବଢ଼ିବାକୁ ହେବ। ଅନ୍ୟଥା ବିପୁଳ କ୍ଷତି ସହିବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି।ଉଦ୍ୟୋଗୀଙ୍କ ସଫଳତା ପାଇଁ ସ୍ବୀକୃତିର ଆବଶ୍ୟକତା ସମ୍ପର୍କରେ ସେ କହିଛନ୍ତି ଯେ ଯେତେବେଳେ ଆମ ଉଦ୍ୟମକୁ ପ୍ରଶଂସା କରାଯାଏ କିମ୍ବା ପୁରସ୍କୃତ କରାଯାଏ ଆମର ବିଶ୍ବାସ ବଢ଼େ। ଆମକୁ ଜଣାପଡ଼େ ଯେ ଆମ ଉଦ୍ୟମକୁ ସମାଜରେ ସ୍ବୀକୃତି ମିଳୁଛି। ଆମେ ଠିକ୍ ଦିଗରେ ଆଗକୁ ବଢ଼ୁଛୁ। ସ୍ବୀକୃତି ମିଳିଲେ ଆହୁରି ଆଗକୁ ଯିବା ପାଇଁ ଉତ୍ସାହ ବଢ଼ିଥାଏ ବୋଲି ସେ କହିଛନ୍ତି। ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍: ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆକୁ ଏକ ଚମତ୍କାର ଅଭିଯାନ ବୋଲି ସେ କହିଛନ୍ତି। ସେ କହିଲେ, ମୋ ଅଭିଜ୍ଞତାରୁ ମୁଁ କହୁଛି ଏହି ପୁରସ୍କାର ପାଇବା ପରେ ମୋ ସଫଳତା ବହୁଗୁଣିତ ହୋଇଥିଲା ବୋଲି ସେ କହିଛନ୍ତି।
Education: ’ଶିକ୍ଷାକ୍ଷେତ୍ରରେ ନବରଙ୍ଗପୁର ଆଗାମୀ ଦିନରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/22/fshhfshfsxvb-2026-01-22-01-36-59.jpg)