ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରଥମ ପିଏମଶ୍ରୀ ଉତ୍ସବ ୨୦୨୬ ବୁଧବାର ଦିନ ଉଦ୍ଯାପିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ବାଇଁଙ୍କ ସଭାପତିତ୍ବ କରି ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠପଢି ନବରଙ୍ଗପୁର ଜିଲ୍ଲାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଉପଦେଶ ପ୍ରଦାନ କରିଥିଲେ। ସ୍ଥାନୀୟ ଏକଲବ୍ୟ ବିଦ୍ୟାଳୟ ସର୍ବଭାରତସ୍ତରରେ ଖେଳ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଲାଭ କରିବା ଜିଲ୍ଲାପାଇଁ ଗର୍ବ ଓ ଗୌରବ ବୋଲି କହିଥିଲେ।
ସମାରୋହରେ ମୁଖ୍ୟ ଅତିଥି ନବରଙ୍ଗପୁର ସାଂସଦ ଇଂ.ବଳଭଦ୍ର ମାଝୀ ଯୋଗ ଦେଇ ବିକଶିତ ଭାରତ ପାଇଁ ଛାତ୍ରଛାତ୍ରୀଙ୍କ ଅବଦାନ ଅତୁଳନୀୟ ଏବଂ ଦେଶ ବିକାଶରେ ସମସ୍ତ ଛାତ୍ରଛାତ୍ରୀ ଚେଷ୍ଟିତ ରହିବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାର ଛାତ୍ରଛାତ୍ରୀ ମାନେ ପାଠ ପଢ଼ା ସହ ଖେଳକୁଦରେ ସର୍ବଭାରତସ୍ତରରେ ସ୍ଥାନ ଲାଭ କରିବା ନିଶ୍ଚିତ ରୁପେ ଜିଲ୍ଲାପାଇଁ ଗୌରବର ବିଷୟ। କେନ୍ଦ୍ରସରକାର ଶିକ୍ଷା ପାଇଁ ବିଭିନ୍ନ ପ୍ରଣାଳୀ ଆପଣାଇବା ସହ ଭିତ୍ତିଭୂମି ଯୋଗାଉଛି। ଛାତ୍ରଛାତ୍ରୀମାନେ ଏହାର ସଦୁପଯୋଗ କରି ଶିକ୍ଷାରେ ସଫଳତା ହାସଲ କର। ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲା ଶିକ୍ଷାକ୍ଷେତ୍ରର ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ ବୋଲି କହିଛନ୍ତି ସାଂସଦ। ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଦେଶର ଭବିଷ୍ୟତ ଏବଂ ସେମାନେ ଶିକ୍ଷା ସହିତ ନିଜ ଜୀବନରେ ଶିଷ୍ଟାଚାର,ଦେଶ ପ୍ରେମ ଓ ସମାଜ ପ୍ରତି ଦାୟିତ୍ୱ ବୋଧକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ।
ସକରାତ୍ମକ ଚିନ୍ତାରେ ବଢ଼ିବାକୁ ପରାମର୍ଶ
ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ଜିଲ୍ଲା ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସକରାତ୍ମକ ଏବଂ ନୂତନ ଚିନ୍ତାଧାରାର ଅଭିବୃଦ୍ଧି ଦିଗରେ ଚେଷ୍ଟିତ ରହିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଲିକ, ଶ୍ରୀକାନ୍ତ ଜାନି, ସୁପ୍ରିୟା ନାୟକ, ଡାବୁଗାଁ ବିଇଓ ରଶ୍ମିତା ନେତମ, ତେନ୍ତୁଳୀଖୁଣ୍ଟି ବିଇଓ ସୁଦୀପ୍ତ ଦାଶ, କୋଷଗୁମୁଡା ବିଇଓ ସୌମେନ୍ଦ୍ର ଭୌମିକ ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଚିତ୍ତରଂଜନ ପଟ୍ଟନାୟକ ଯୋଗ ଦେଇଥିଲେ।
ଆହୁରି ପଢ଼ନ୍ତୁ: Sports: ଜାତୀୟ ବାଳକ ରଗ୍ବି ସେଭେନ୍ସ: ଓଡ଼ିଶା ଉପବିଜେତା
କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର
ଉଦଯାପନୀ ସମାରୋହରେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ, କ୍ରୀଡ଼ାଙ୍ଗନ, ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ଇକୋ କ୍ଲବ ପ୍ରଦର୍ଶନୀ, ଇନ୍ସପାଇରିଙ୍ଗ ଓଡିଶା ୨୦୩୬ଏବଂ ନିପୁଣ ଓଡିଶା ପ୍ରକଳ୍ପରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନ ଗୁଡିକୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଧନ୍ୟବାଦ ଦେଇଥିଲେ। ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ବକୋଦାର ପ୍ରଧାନ ଶିକ୍ଷକ ନରେଶ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ। ପିଏମଶ୍ରୀ ଉତ୍ସବ ୨୦୨୬ ରେ ନିୟୋଜିତ ଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପୂର୍ଣ ସଫଳ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଖାଦ୍ୟମେଳାରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଛାତ୍ରଛାତ୍ରୀ ମାନେ ବିକ୍ରୀ କରୁଥିବା ଦେଖି ସାଂସଦ ଓ ବିଧାୟକ ଖୁସି ଜାହିର କରି ଆଗାମୀ ଦିନରେ ଏହା ଛାତ୍ରଛାତ୍ରୀ୍ଙ୍କ ଜୀବନଧାରଣରେ ସହାୟକ ହେବ ବୋଲି କହିଥିଲେ। ଏହି ଅବସରରେ ପିଏମଶ୍ରୀ ପତ୍ରିକାକୁ ଅତିଥି ମାନେ ଲୋକାର୍ପିତ କରିଥିଲେ।
ଆହୁରି ପଢ଼ନ୍ତୁ: Odisha-West Bengal: ପଶ୍ଚିମବଙ୍ଗକୁ ଟପିଲା ଓଡ଼ିଶା: ଅଭିବୃଦ୍ଧି, ମୁଣ୍ଡପିଛା ଆୟ ଅଧିକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/21/ngp-2026-01-21-20-59-29.jpg)