ଭୁବନେଶ୍ବର: ଓଡ଼ିଶାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଛାଡ଼ିଦେଲେ ଆମ ପାଖରେ ସେମିତି କୌଣସି ବଡ଼ ବ୍ରାଣ୍ଡ୍ ନାହିଁ ବୋଲି ଫୋନିକ୍ସ ରୋବୋଟିକ୍ସର ପ୍ରତିଷ୍ଠାତା ଅମିୟ କୁମାର ସାମନ୍ତରାୟ କହିଛନ୍ତି। ଜଣେ ଯେତେବଡ଼ ପରାକ୍ରମୀ ଯୋଦ୍ଧା ହୋଇଥାଆନ୍ତୁ ନା କାହିଁକି, ସେ ଯଦି ଜଙ୍ଗଲରେ ରହୁଥିବେ ଓ ତାଙ୍କୁ କେହି ଜାଣିନଥିବେ ତେବେ ଯୁଦ୍ଧ ସମୟରେ ତାଙ୍କୁ କେହି ଖୋଜିବେ ନାହିଁ। ବ୍ରାଣ୍ଡିଂ ଓ ମାର୍କେଟିଂ ଠିକ୍ ସେହିପରି। ଉଦ୍ୟୋଗ ଜଗତରେ ଯଦି ଆପଣଙ୍କ ବ୍ରାଣ୍ଡ୍କୁ କେହି ଜାଣିନାହାନ୍ତି ତେବେ ତାହାକୁ କିଏ ବା କାହିଁକି ଖୋଜିବ। ଯଦି କେହି ଖୋଜିବେ ନାହିଁ ତେବେ ତାହାର ବିକ୍ରି ବଢ଼ିବ ବୋଲି କିଭଳି ଆଶା କରାଯାଇପାରିବ ବୋଲି ସେ କହିଛନ୍ତି। ଜଣେ ବ୍ରାଣ୍ଡ୍କୁ ଜାଣିଲେ ହିଁ ଖୋଜିବ ଏବଂ ଖୋଜିଲେ ହିଁ ବିକ୍ରି ବଢ଼ିବ ବୋଲି ସେ କହିଛନ୍ତି।
AAP MP Raghav Chadha: ଡେଲିଭରି ବଏ ଭୂମିକାରେ ସାଂସଦ ରାଘବ ଚଢ଼ା...
ସେଥିପାଇଁ ଉଦ୍ୟୋଗୀମାନଙ୍କୁ ପ୍ରଥମେ ନିଜ ଉତ୍ପାଦ କିମ୍ବା ସେବାକୁ ଲୋକମାନଙ୍କ ମଧ୍ୟରେ ପରିଚିତ କରିବା ଲାଗି ଉଦ୍ୟମ କରିବାକୁ ପଡ଼ିବ। ଲୋକମାନେ ଜାଣିଲେ ହିଁ ତାହାକୁ ନେବା ବିଷୟରେ ଚିନ୍ତା କରିବେ। ଉଦ୍ୟୋଗୀଙ୍କ ପାଇଁ ସ୍ବୀକୃତି ଓ ମାନ୍ୟତାର ଗୁରୁତ୍ବ ସମ୍ପର୍କରେ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ପ୍ରଥମ କଥା ହେଉଛି ସମାଜରେ ଗ୍ରହଣୀୟତା। ଉଦ୍ୟୋଗୀଙ୍କୁ ସମ୍ମାନ ମିଳିବାର ଅର୍ଥ ହେଉଛି ସମାଜ ଚାହୁଛି ସମାନ ଧରଣର ସଫଳତା ଆହୁରି ସୃଷ୍ଟି ହେଉ। ପୁରସ୍କାର ପ୍ରେରଣା ଦିଏ ଓ ଆଗକୁ ବଢ଼ିବାକୁ ଉତ୍ସାହିତ କରେ। ସବୁଠୁ ବଡ଼ କଥା ହେଉଛି ନିଜର କଷ୍ଟକର ଯାତ୍ରାକୁ ଭୁଲିବାରେ ତାହା ସାହାଯ୍ୟ କରିଥାଏ। ଛୋଟ ପ୍ରଶଂସାଟିଏ ବି ଆଗକୁ ବଢ଼ିବାରେ ଏକ ବଡ଼ ଶକ୍ତି ଭାବେ କାମ କରିଥାଏ ବୋଲି ସେ କହିଛନ୍ତି। ଓଡ଼ିଶାର ବ୍ରାଣ୍ଡ୍ଗୁଡ଼ିକୁ ଲୋକଲୋଚନକୁ ଆଣିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍: ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ ଏକ ସ୍ବାଗତଯୋଗ୍ୟ ଓ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଛନ୍ତି।
Follow Us