ଅଗଷ୍ଟ ୧ ତାରିଖରୁ ସାରା ଭାରତରେ ସମାନ ଏମ୍‌ଆର୍‌ପିରେ ମିଳିବ ପ୍ରତ୍ୟେକଟି ସାମଗ୍ରୀ

Advertisment
ଅଗଷ୍ଟ ୧ ତାରିଖରୁ ସାରା ଭାରତରେ ସମାନ ଏମ୍‌ଆର୍‌ପିରେ ମିଳିବ ପ୍ରତ୍ୟେକଟି ସାମଗ୍ରୀ

ନୂଆଦିଲ୍ଲୀ : ଅଗଷ୍ଟ ୧ ତାରିଖ ଠାରୁ ସାରା ଦେଶରେ ପ୍ରତ୍ୟେକଟି ବସ୍ତୁ ସମାନ ଦାମରେ ବିକ୍ରି ହେବ। ଅର୍ଥାତ ପୂର୍ବରୁ ଆମେ ସହର କିମ୍ବା ରାଜ୍ୟ ବଦଳାଇବା କ୍ରମେ ପ୍ରତ୍ୟକଟି ବସ୍ତୁର ଦର ଦାମ ମଧ୍ୟ ବଦଳି ଯାଉଥିଲା। କିନ୍ତୁ ଏବେ ପ୍ରତ୍ୟେକଟି ବସ୍ତୁ ପ୍ରତ୍ୟକଟି ରାଜ୍ୟ ଏବଂ ସହରରେ ସମାନ ଦରରେ ବିକ୍ରି କରାଯିବ। ମହାରାଷ୍ଟ୍ରର ଖାଦ୍ୟବିଭାଗ ମନ୍ତ୍ରୀ ରବିନ୍ଦ୍ର ଚହ୍ଵାନ ଖାଦ୍ୟ ପଦାର୍ଥ ଉପରେ ଏହି ଆଇନ୍‌ ପ୍ରଣୟନ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ଦ୍ୱାରା ଏହି ଆଇନ୍‌ ଲାଗୁ ହେବା ପରେ ଭିନ୍ନ ଭିନ୍ନ ଦର ଉପରେ ମାଲ-ମଲ୍‌ଟିପ୍ଲେକ୍ସରେ ଖାଦ୍ୟ ପଦାର୍ଥର ବିକ୍ରି ହୋଇପାରିବ ନାହିଁ।

publive-image

ଏମଆରପିରେ ସାମିଲ ହୋଇଥାଏ ଜିଏସଟି। ତେଣୁ ଯେକୌଣସି ବସ୍ତୁ ହେଉନା କହିଁକି ପୂର୍ବରୁ ହିଁ ସମସ୍ତ ଟ୍ୟାକ୍ସକୁ ସେଥିରେ ଧାର୍ଯ୍ୟ କରାଯାଇଥାଏ। ଏଆରପିରେ ସାମିଲ କରିବା ପରେ ବଜାରକୁ ବିକ୍ରି କରିବା ପାଇଁ ଛଡା ଯାଇଥାଏ। ଯଦି କୌଣସି ଦୋକାନୀ ଏମଆରପି ଦରକୁ ବାଦ ଦେଇ ଅଧିକ ଟ୍ୟାକ୍ସ ଦାବି କରନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭାବେ ଭୁଲ ହୋଇଥାଏ। ଏହା କରିବା ଦ୍ୱାରା ଦୋକାନୀ ଅଧିକ ଲାଭବାନ ହୋଇଥାନ୍ତି। ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଏମଆରପି ବିଷୟରେ ଆଜି ମଧ୍ୟ ଅଜ୍ଞ ରହିଛନ୍ତି। ଦୋକାନୀ ଯାହା ଦାମ କହିଥାଏ ଗ୍ରାହକ ତାହା ଦେଇ ଚାଲିଆସନ୍ତି। କିନ୍ତୁ ଏମଆରପି ଠାରୁ ଅଧିକ ଟଙ୍କା ନେବା ଆଇନ ଅନୁଯାୟୀ ଏକ ଅପରାଧ ଅଟେ। ତେଣୁ ଆପଣଙ୍କ ସାମ୍ନାରେ ଯଦି କୌଣସି ଦୋକାନୀ ଏମଆରପି ଠାରୁ ଅଧିକ ଦର ନେଉଛନ୍ତି ତେବେ ତାହାକୁ ବିରୋଧ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe