ବାରିପଦାରେ ଶାଖା ଖୋଲିବ ସମଲେଶ୍ବରୀ ହେଲ୍‌ଥ କେୟାର

Advertisment
ବାରିପଦାରେ ଶାଖା ଖୋଲିବ ସମଲେଶ୍ବରୀ ହେଲ୍‌ଥ କେୟାର

କଟକ,: ବାକ୍ ଓ ଶ୍ରବଣ ସମସ୍ୟା ସମାଧାନ ପ୍ରଦାନ କରୁଥିବା ସମଲେଶ୍ୱରୀ ହେଲ୍‌ଥ କେୟାର ଖୁବଶୀଘ୍ର ବାରିପଦାର ଲାଲ୍‌ ବଜାର ଠାରେ ଏହାର ଏକ ନୂତନ ଶାଖା ଖୋଲିବ। ଏହି ଶାଖା ଜରିଆରେ କଂପାନି ମୟୂରଭଞ୍ଜ, ବାଲେଶ୍ବର ସମେତ ସମଗ୍ର ଉତ୍ତର ଓଡ଼ିଶାରେ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି। ଏବେ ଏହାର ବିଭିନ୍ନ ଶାଖା କଟକ, ଭୁବନେଶ୍ୱର ଓ ସମ୍ବଲପୁରଠାରେ ରହିଛି।  କଂପାନିର କେନ୍ଦ୍ରରେ ନବଜାତ ଶିଶୁମାନଙ୍କ ଠାରୁ ପ୍ରାପ୍ତ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଶ୍ରବଣ ସମସ୍ୟା ଓ ଉତ୍ତମ ମାନର ବ୍ରାଣ୍ଡେଡ୍ ଡିଜିଟାଲ ଶ୍ରବଣ ଯନ୍ତ୍ର ତଥା ବାକ୍ ଶିକ୍ଷା ବେଶ୍ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଉଛି। ଏଠ‌ାରେ ବିଶ୍ବର ନାମୀଦାମୀ କମ୍ପାନିର ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ର ମିଳୁଛି ବୋଲି ସମଲେଶ୍ୱରୀ ହେଲ୍‌ଥ କେୟାରର ନିର୍ଦ୍ଦେଶକ ସମୀର କୁମାର ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe