Saur Energy
ନୂଆଦିଲ୍ଲୀ: ଏହି ସମୟରେ ପ୍ରାୟ ସମଗ୍ର ବିଶ୍ୱ କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇଛି | ଭାରତରେ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି। ତେବେ ସହର ସହ ବଡ ବଡ ସ୍ମାର୍ଟଫୋନ କମ୍ପାନୀ ମଧ୍ୟ ନିଜ ନିଜର ଉତ୍ପାଦନ ବନ୍ଦ କରୁଥିବାର ଖବର ମିଳିଛି | ଦକ୍ଷିଣ କୋରିଆର ଟେକ୍ କମ୍ପାନୀ ସାମସଙ୍ଗ କିଛି ଦିନ ପାଇଁ ନୋଏଡାରେ ଥିବା ଏହାର ବୃହତ୍ତମ କାରଖାନାକୁ ବନ୍ଦ କରୁଛି। ନୋଏଡାରେ ସାମସଙ୍ଗର ବୃହତ୍ତମ କାରଖାନା ଥିବା ବେଳେ ପ୍ରତିବର୍ଷ ଏଠାରେ ଲକ୍ଷ ଲକ୍ଷ ସ୍ମାର୍ଟଫୋନ୍ ତିଆରି ହୋଇଯାଏ | କିନ୍ତୁ କରୋନା ଭାଇରସ ସଂକ୍ରମଣ ପାଇଁ ସତର୍କତା ଦୃଷ୍ଟିରୁ ଏହାକୁ ବନ୍ଦ କରାଯାଇଥିବା ଜଣାପଡିଛି | କେବଳ ସାମସଙ୍ଗ ନୁହେଁ ଅନ୍ୟ ସ୍ମାର୍ଟଫୋନ କମ୍ପାନି ମଧ୍ୟ ନିଜ ନିଜର ଉତ୍ପାଦନ କେନ୍ଦ୍ର ବନ୍ଦ କରିଥିବା ଜଣା ଯାଇଛି|
ସୂଚନା ମୁତାବକ, ସାମସଙ୍ଗର ଏହି ପ୍ଲାଣ୍ଟରେ ପ୍ରତିବର୍ଷ ୧୨୦ମିଲିୟନ ସ୍ମାର୍ଟଫୋନ ତିଆରି ହୋଇଥାଏ | କମ୍ପାନୀ ବର୍ତ୍ତମାନ ଏହାକୁ ୨୩ମାର୍ଚ୍ଚରୁ ୨୫ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରିବା ସହ କର୍ମଚାରୀମାନଙ୍କୁ ୱାର୍କ ଫ୍ରମ ହୋମ କରିବ ପାଇଁ କହିଛି| ସାମସଙ୍ଗ ବ୍ୟତୀତ, ଓପୋ, ଭିଭୋ ଏବଂ ଏଲଜି କମ୍ପାନୀର ମଧ୍ୟ ଭାରତରେ ପ୍ଲାଣ୍ଟ ରହିଛି, ଯାହାକୁ କମ୍ପାନୀଗୁଡିକ କିଛି ସମୟ ପାଇଁ ବନ୍ଦ କରୁଛନ୍ତି। ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶ ସରକାର ମଧ୍ୟ ବନ୍ଦ ଡାକରା ଦେଇଥିବାରୁ ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ରହିବ ବୋଲି ଜଣା ପଡିଛି।
Industry Global News24ଯେହେତୁ ଅଧିକାଂଶ କମ୍ପାନୀର ଉତ୍ପାଦନ କେନ୍ଦ୍ର ଉତ୍ତରପ୍ରଦେଶର ନୋଏଡା ଏବଂ ଗ୍ରେଟର ନୋଏଡାରେ ରହିଛି, ସେଠାରେ ଉତ୍ତରପ୍ରଦେଶ ସରକାରଙ୍କ ବନ୍ଦ ଡାକରା ପରେ କାର୍ଯ୍ୟ ପ୍ରଭାବିତ ହେବ | ପରିସ୍ଥିତିକୁ ଦେଖି ବର୍ତ୍ତମାନ କମ୍ପାନୀଗୁଡିକ ଉତ୍ପାଦନ କେନ୍ଦ୍ରକୁ ମାର୍ଚ୍ଚ ୨୫ପର୍ଯ୍ୟନ୍ତ ବନ୍ଦ କରି ଦେଇଥିଲେ ମଧ୍ୟ ଦରକାର ପଡିଲେ କମ୍ପାନୀ ଏହାକୁ ଆଗକୁ ବଢାଇପାରେ ବୋଲି ସୂଚନା ରହିଛି | ମୋବାଇଲ୍ ଇଣ୍ଡଷ୍ଟ୍ରିରେ କରୋନା ଜୀବାଣୁର ପ୍ରଭାବ ବିଷୟରେ କହିବାକୁ ଗଲେ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ବିକ୍ରି ୩୮% ହ୍ରାସ ପାଇଛି। କେବଳ ଏତିକି ନୁହେଁ, ଭାରତରେ ମୋବାଇଲରେ ଜିଏସଟି ବୃଦ୍ଧି କରାଯାଇଛି ଏବଂ ଏଭଳି ପରିସ୍ଥିତିରେ ବର୍ତ୍ତମାନ ମୋବାଇଲ୍ ଫୋନ୍ ମଧ୍ୟ ମହଙ୍ଗା ହେବ ବୋଲି ଆଶା କରାଯାଉଛି।
Follow Us