ସଞ୍ଜୟଙ୍କୁ ଶ୍ରେଷ୍ଠ ପିଆର୍‌ଓ ପୁରସ୍କାର

Advertisment
ସଞ୍ଜୟଙ୍କୁ ଶ୍ରେଷ୍ଠ ପିଆର୍‌ଓ ପୁରସ୍କାର

ଭୁବନେଶ୍ବର : କର୍ପୋରେଟ ଯୋଗାଯୋଗ ଓ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ସଞ୍ଜୟ କୁମାର ସାହୁଙ୍କୁ ଶ୍ରେଷ୍ଠ ଲୋକ ସମ୍ପର୍କ ଅଧିକାରୀ (ପିଆର୍‌ଓ) ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରରେ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ କେନ୍ଦ୍ର ଇସ୍ପାତ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଶ୍ରୀ ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଉପେନ୍ଦ୍ର ରାୟ, ସମାଜର ପ୍ରକାଶକ ନିରଞ୍ଜନ ରଥ, ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ଉପସ୍ଥିତ ଥିଲେ। ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ପୁରାତନ ଛାତ୍ର ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିବା ସଞ୍ଜୟ ଗତ ୧୫ ବର୍ଷ ମଧ୍ୟରେ ଓଡ଼ିଶାର ଲୋକ ସମ୍ପର୍କ ଏବଂ ଯୋଗାଯୋଗ କ୍ଷେତ୍ରରେ ବହୁ ଅବଦାନ କରିଛନ୍ତି। ବର୍ତ୍ତମାନ ସେ ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଜେଏସପିଏଲ)ର କର୍ପୋରେଟ ଯୋଗାଯୋଗ ବିଭାଗ ସହ ସାଧାରଣ ପରିଚାଳକ ଭାବରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe