ସାଓମି ଆଣିଲା ‘ରେଡ୍‌ମି ନୋଟ୍‌ ୫ ପ୍ରୋ’

Advertisment
ସାଓମି ଆଣିଲା ‘ରେଡ୍‌ମି ନୋଟ୍‌ ୫ ପ୍ରୋ’

ଭୁବନେଶ୍ୱର: ଭାରତର ଏକ ନମ୍ବର ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ସାଓମି ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ରେଡ୍‌ମି ନୋଟ୍‌ ୫ ପ୍ରୋକୁ ଉନ୍ମୋଚନ କରାଯାଇଛି। ବାପୁଜୀ ନଗରସ୍ଥିତ ଲକ୍ଷ୍ମୀ ମୋବାଇଲରେ ଏହାକୁ ଉନ୍ମୋଚନ କରାଯାଇଛି। ସାଓମିର ରାଜ୍ୟ ମୁଖ୍ୟ ଅମିତ ପଣ୍ଡା, ସହର ମହାପ୍ରବନ୍ଧକ ଅଭିଶେକ ରାୟ ଏବଂ ସ୍ୱୀକୃତିପ୍ରାପ୍ତ ବିତରକ ଜୟ ସାଧାନି ନୂଆ ଫୋନ୍‌କୁ ଉନ୍ମୋଚନ କରିଛନ୍ତି। ଆସନ୍ତାକାଲିଠାରୁ ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଏହାର ମୂଲ୍ୟ ୧୭,୫୦୦ ଟଙ୍କା ରହିଛି। ଏଥିରେ ୫.୯୯ ଇଞ୍ଚ ଫୁଲ୍‌ ଏଚ୍‌ଡି ପ୍ଲସ୍‌ ସ୍କିନ୍‌ ରହିଥିବା ବେଳେ ୬ ଜିବି ରାମ୍‌, ୬୪ ଜିବି ରମ୍‌, ୪୦୦୦ ଏମ୍‌ଏଏଚ୍‌ ବ୍ୟାଟେରି, ସ୍ନାପ୍‌ଡ୍ରାଗନ୍‌ ୬୩୬ ପ୍ରୋସେସର, ପଛରେ ୧୨+୫ ଏମ୍‌ପି କ୍ୟାମେରା, ସାମ୍ନାରେ ୨୦ ଏମ୍‌ପି କ୍ୟାମେରା ରହିଛି। ଏଥିରେ ଫେସ୍‌ ଅନଲକ୍‌ ସୁବିଧା ମଧ୍ୟ ରହିଛି। ସାଓମି ୨୫% ବଜାର ଅଂଶ ସହ ଭାରତର ଅଗ୍ରଣୀ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭାବେ ଉଭା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe