ନୂଆଦିଲ୍ଲୀ,: ସ୍ମାର୍ଟଫୋନ ବିକ୍ରି କ୍ଷେତ୍ରରେ ଭାରତରେ ହଠାତ୍ ସଫଳତା ହାସଲ କରିଥିବା ଚୀନ କମ୍ପାନି ସାଓମି ଭାରତରେ ଋଣ ବ୍ୟବସାୟରେ ପ୍ରବେଶ ଯୋଜନା କରିଛି। ସାଓମି ଫାଇନାନ୍ସିଆଲ ସର୍ଭିସେସ ଇଣ୍ଡିଆ ନାମରେ ଏହି କମ୍ପାନି ଆରମ୍ଭ ହେବ। ଏନବିଏଫସି ଭାବେ ବ୍ୟବସାୟ ଆରମ୍ଭ ପାଇଁ କମ୍ପାନି ଖୁବଶୀଘ୍ର ରିଜର୍ଭ ବ୍ୟାଙ୍କର ମଞ୍ଜୁରି ପାଇଁ ଆବେଦନ କରିବ ବୋଲି ଜଣାପଡ଼ିଛି। କମ୍ପାନି ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଶେଷକରି କମ୍ପାନି ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଇଲେକଟ୍ରୋନିକ୍ସ ସାମଗ୍ରୀ କ୍ରୟ ଲାଗି ଋଣ ପ୍ରଦାନ କରିବ।
ଋଣ ବ୍ୟବସାୟରେ ପ୍ରବେଶ କରିବ ସାଓମି
Advertisment
Follow Us