ନୂଆଦିଲ୍ଲୀ: ଇସ୍ପାତ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ତଥା ଆର୍ଥିକ ଉପଦେଷ୍ଟା ସରସ୍ୱତୀ ପ୍ରସାଦଙ୍କୁ ସେଲ୍ର ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏହି ନିଷ୍ପତ୍ତି ନେବା ସହିତ ଏ ନେଇ ୩୦ ତାରିଖରେ ବିଜ୍ଞପ୍ତି ଜାରି ହୋଇଛି। ଗତ ୩୦ ତାରିଖରେ ପ୍ରକାଶ କୁମାର ସିଂହ ସେଲ୍ର ଅଧ୍ୟକ୍ଷ ପଦରୁ ଅବସର ନେଇଛନ୍ତି। ପୂର୍ବରୁ ସେଲ୍ର ଅର୍ଥ ନିର୍ଦ୍ଦେଶକ ଅନୀଲ କୁମାର ଚୌଧାରୀଙ୍କୁ ସେଲ୍ର ସିଏମ୍ଡି ପଦରେ ଅବସ୍ଥାପିତ କରିବା ଲାଗି ସୁପାରିସ କରାଯାଇଥିଲା। ତେବେ ଅନୀଲଙ୍କୁ ଦାୟିତ୍ୱ ଦିଆ ନଯାଇ ଜଣେ ଅମଲାଙ୍କୁ ଏହି ପଦର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାରୁ ସରକାରଙ୍କ ଏହି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି।
ସରସ୍ୱତୀ ପ୍ରସାଦଙ୍କୁ ସେଲ୍ର ଅତିରିକ୍ତ ସିଏମ୍ଡି ଦାୟିତ୍ୱ
Advertisment
Follow Us