ପେନ୍‌ସନ୍‌ ପାଇଁ ଆଉ ଜରୁରୀ ନୁହେଁ ସରକାରୀ ଚାକିରୀ, ବେସରକାରୀ ଚାକିରିଆ ବି ହୋଇଯାଆନ୍ତୁ ଚିନ୍ତାଶୂନ୍ୟ

ପେନ୍‌ସନ୍‌ ପାଇଁ ଆଉ ଜରୁରୀ ନୁହେଁ ସରକାରୀ ଚାକିରୀ, ବେସରକାରୀ ଚାକିରିଆ ବି ହୋଇଯାଆନ୍ତୁ ଚିନ୍ତାଶୂନ୍ୟ

ନୂଆଦିଲ୍ଲୀ: ଅନେକ ଲୋକ ନିଜ ଦରମାର କିଛି ଅଂଶକୁ ସଞ୍ଚୟ କରିବାକୁ ପସନ୍ଦ କରିଥାନ୍ତି। କାହିଁକି ନା, ଏକମାତ୍ର ସଞ୍ଚୟ ଧନ ହିଁ ଭବିଷ୍ୟତର ଆର୍ଥିକ ଅବସ୍ଥାକୁ ସୁଧାରି ପାରେ। ମାତ୍ର କିଛି ଲୋକ ସମୟ ଥିବା ବେଳେ ନିଜ ଟଙ୍କାକୁ ଉଚିତ ଭାବେ ସଞ୍ଜୟ କରିପାରନ୍ତି ନାହିଁ ଓ ସିଧା ଅବସର ବୟସରେ ପହଞ୍ଚି ଯାଆନ୍ତି। ଯେଉଁମାନେ ସରକାରୀ ଚାକିରିଆ, ସେମାନଙ୍କ କଥା ଭିନ୍ନ। ମାତ୍ର ବେସରକାରୀ ଚାକିରିଆମାନେ ଅବସର ନେବା ପରେ କିପରି ଚଳିବେ?

ସରକାର ସେମାନଙ୍କ ପାଇଁ ମଧ୍ୟ ଏକ ଯୋଜନା ରଖିଛନ୍ତି। ଯେଉଁଥିରେ ସେମାନେ କିଛି ନିବେଶ କରି ୬୦ ବା ତାଠାରୁ ଅଧିକ ବର୍ଷ ବୟସରେ ପେନ୍‌ସନ୍‌ ଆକାରରେ ଅର୍ଥ ଗ୍ରହଣ କରିପାରିବେ। ସରକାରଙ୍କର ଏହି ଯୋଜନାର ନାଁ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା। ଏହା ହେଉଛି ଏକ ପେନ୍‌ସନ୍‌ ସ୍କିମ୍‌।

ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନାକୁ ସଂଚାଳନ କରୁଛି ଭାରତୀୟ ଜୀବନ ବୀମା(ଏଲ୍‌ଆଇସି)। ଏହି ଯୋଜନା ଅଧୀନରେ ଯେକୌଣସି ବରିଷ୍ଠ ନାଗରିକ ଚାହିଁଲେ ୧୫ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରନ୍ତି। ପୂର୍ବରୁ ନିବେଶର ସର୍ବାଧିକ ସୀମା ସାଢ଼େ ସାତ ଲକ୍ଷ ଥିବା ବେଳେ ଏବେ ତାହା ବୃଦ୍ଧି ପାଇଁ ୧୫ ଲକ୍ଷ ହୋଇଛି।

ଏହି ଯୋଜନା ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୩ ମାର୍ଚ ୩୧ ତାରିଖ। ଏଥିରେ ଆପଣ ଚାହିଁଲେ ମାସିକ କିମ୍ବା ବାର୍ଷିକ ପେନ୍‌ସନ ପାଇଁ ବିକଳ୍ପ ଚୟନ କରିପାରିବେ।

ଯଦି କେହି ବରିଷ୍ଠ ନାଗରିକ ମାସକୁ ୧ ହଜାର ଟଙ୍କା ପେନ୍‌ସନ୍‌ ପାଇବାକୁ ଚାହାନ୍ତି ତାଙ୍କୁ ଏହି ଯୋଜନାରେ ୧.୬୨ ଲକ୍ଷ ନିବେଶ କରିବାକୁ ପଡ଼ିବ। ଏହି ଯୋଜନାରେ ସର୍ବାଧିକ ୯୨୫୦ ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍‌ ପାଇହେବ। ସେଥିପାଇଁ ୧୫ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ଜରିଆରେ ଏହି ଯୋଜନା ପାଇଁ ଆବେଦନ କରିହେବ। ଏଲ୍‌ଆଇସିର ୱେବ୍‌ସାଇଟ୍‌ ଜରିଆରେ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଆବେଦନ ପାଇଁ ଆଧାରକାର୍ଡ, ପାନ୍‌କାର୍ଡ, ଠିକଣା ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବ୍ୟାଙ୍କ୍‌ ପାସ୍‌ବୁକ୍‌, ଆବେଦନକାରୀଙ୍କ ପାସ୍‌ପୋର୍ଟସାଇଜ୍‌ ଫଟୋ, ଅବସରପ୍ରାପ୍ତ ଭେରିଫିକେସନ୍‌ ପ୍ରମାଣପତ୍ର ଆଦି ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe