ବ୍ୟାଙ୍କରେ ୧୦ ହଜାର ଥିଲେ ଗରିବ କୁହାଯିବନି

Advertisment

ପଞ୍ଚାୟତ ପାଇଁ ମାନଦଣ୍ଡ

ପଞ୍ଚାୟତ ପାଇଁ ମାନଦଣ୍ଡ

ବ୍ୟାଙ୍କ୍‌ ଠକଙ୍କ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ: ଗ୍ରାମପଞ୍ଚାୟତରେ ଗରିବ ଲୋକଙ୍କ ସଂଖ୍ୟା ଆକଳନ ପାଇଁ ଯୋଜନା ଚଳାଇଛନ୍ତି। ଏଥିପାଇଁ କେତୋଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ଏହି ମାନଦଣ୍ଡ ଗୁଡ଼ିକ ମଧ୍ୟରେ ପରିବାରର ବ୍ୟାଙ୍କ ଜମାକୁ ବିବେଚନାକୁ ନିଆଯିବ। ଯେଉଁ ପରିବାରର ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ୧୦ ହଜାର ଟଙ୍କା ରହିଛି ସେମାନଙ୍କୁ ଗରିବ ଭାବେ ବିବେଚନା କରାଯିବ ନାହିଁ। ସରକାର ଗରିବ ମାପିବା ପାଇଁ ଯେଉଁ ସୂଚୀ ପ୍ରସ୍ତୁତ କରିବେ ସେଥିରେ ଯେଉଁ ପଞ୍ଚାୟତରେ ଅଧିକ ସଂଖ୍ୟକ ପରିବାରର ବ୍ୟାଙ୍କ ଖାତାରେ ୧୦ ହଜାର ଟଙ୍କା ରହିଛି ସେହି ପଞ୍ଚାୟତ ଗୁଡ଼ିକୁ ଏହି ସୂଚୀରେ ଉତ୍ତମ ସ୍ଥାନ ଦେବେ। କେବଳ ଜମା ନୁହେଁ, ଜୀବୀକାରେ ବିବିଧତା ଆଣିବା ପାଇଁ ଯେଉଁ ପଞ୍ଚାୟତରେ ଅଧିକ ଲୋକ ଋଣ ନେଇଛନ୍ତି ସେଗୁଡ଼ିକୁ ମଧ୍ୟ ଉକ୍ତ ସୂଚୀରେ ଉତ୍ତମ ସ୍ଥାନ ମିଳିବ।

ଏତଦ୍‌ବ୍ୟତୀତ ଯେଉଁ ପଞ୍ଚାୟତରେ ଅଧିକ ସଂଖ୍ୟକ ମହିଳା ଚାକିରି କରିଛନ୍ତି କିମ୍ବା ଆତ୍ମନିଯୁକ୍ତ ଅଛନ୍ତି ଦାରିଦ୍ର୍ୟ ସୂଚୀରେ ସେହି ପଞ୍ଚାୟତର ସ୍ଥିତି ଭଲ ରହିବ। ସେହିଭଳି କେତେ ସଂଖ୍ୟକ ପରିବାରରେ ଏଲ୍‌ପିଜି ସଂଯୋଗ ରହିଛି ବା କେତେ ପରିବାର ଦିନକୁ ୧୨ ଘଣ୍ଟା ବିଜୁଳି ସୁଯୋଗ ପାଉଛନ୍ତି ତାହାକୁ ମଧ୍ୟ ଦାରିଦ୍ର୍ୟ ସୂଚୀ ମାପ ପାଇଁ ବିଚାରକୁ ନିଆଯିବ।
ମିସନ ଅନ୍ତ୍ୟୋଦୟ ଅଧୀନରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଗ୍ରାମପଞ୍ଚାୟତ ଗୁଡ଼ିକର ସ୍ଥିତି ମାପିବା ପାଇଁ ୨୧ଟି ମାପଦଣ୍ଡ ପ୍ରସ୍ତୁତ କରିଥିବା କୁହାଯାଉଛି। ଦେଶରେ ୫୦ ହଜାର ଦାରିଦ୍ର୍ୟମୁକ୍ତ ପଞ୍ଚାୟତ ସୃଷ୍ଟି କରିବା ପାଇଁ ଏହି ନୂଆ ସ୍କିମ୍‌ ପ୍ରସ୍ତୁତ ହେଉଛି।

ବ୍ୟାଙ୍କରେ ଜମାରାଶି କେତେ ରହିଲେ ଜଣକୁ ଗରିବ ଭାବେ ବିବେଚନା କରାଯିବ ନାହିଁ ତାହା ଉପରେ ସରକାରଙ୍କ ପକ୍ଷରୁ ବିଚାରବିମର୍ଶ ଗତ କିଛିମାସ ହେଲା ଚାଲିଛି। ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପ୍ରଥମେ ଏହି ଜମା ପରିମାଣକୁ ୨୦ ହଜାରରେ ରଖିବା ଉପରେ ମଧ୍ୟ ବିଚାର କରିଥିଲା। ଗ୍ରାମପଞ୍ଚାୟତ ଗୁଡ଼ିକର ଅଗ୍ରଗତିକୁ ମାପିବା ପାଇଁ ଲୋକମାନେ କେତେ ସଂଖ୍ୟାରେ ଅଣକୃଷି କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ଚାକିରି କରିଛନ୍ତି ତାହା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe