ସାବିତ୍ରୀ ଜିନ୍ଦଲ ଏସିଆର ଧନୀ ମହିଳା

ସାବିତ୍ରୀ ଜିନ୍ଦଲ ଏସିଆର ଧନୀ ମହିଳା

ନୂଆଦିଲ୍ଲୀ: ଏସିଆର ଧନୀ ମହିଳା ମୁକୁଟ ଓପି ଜିନ୍ଦଲ ଗ୍ରୁପ ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ ପିନ୍ଧିଛନ୍ତି। ଏ କ୍ଷେତ୍ରରେ ସେ ଚୀନର ୟାଙ୍ଗ୍ ହୁଇୟାନଙ୍କୁ ପଛରେ ପକାଇ ଦେଇଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ସୂଚୀରେ ସାବିତ୍ରୀ ସବା ଆଗରେ ରହିଛନ୍ତି। ସାବିତ୍ରୀଙ୍କ ସମ୍ପତ୍ତି ୧୧.୩ ବିଲିଅନ ଡଲାରରେ ପହଞ୍ଚିଛି। ଚୀନର ଫ୍ୟାନ ହଙ୍ଗୱେଇ ସାବିତ୍ରୀଙ୍କ ଭଳି ୧୧.୩ ବିଲିଅନ ଡଲାର ସମ୍ପତ୍ତିର ମାଲିକାଣୀ ହୋଇଛନ୍ତି। ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ସାବିତ୍ରୀ ଧନୀ ତାଲିକାର ୧୦ମ ସ୍ଥାନ ଏବଂ ଧନୀ ମହିଳା ତାଲିକାର ଶୀର୍ଷରେ ରହିବାର ସୌଭାଗ୍ୟ ଲାଭ କରିଛନ୍ତି।

୭୨ ବର୍ଷୀୟା ସାବିତ୍ରୀଙ୍କର ସ୍ବାମୀ ଓପି ଜିନ୍ଦଲ ୨୦୦୫ ମସିହାରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଳେ। ତାହା ପରେ ସାବିତ୍ରୀଙ୍କ କାନ୍ଧରେ କମ୍ପାନିର ଦାୟିତ୍ବ ପଡ଼ିଥିଲା। ତାଙ୍କ କମ୍ପାନି ଦେଶର ତୃତୀୟ ବୃହତ ଇସ୍ପାତ ଉତ୍ପାଦନକାରୀ ହୋଇଥିବାବେଳେ ସିମେଣ୍ଟ, ଶକ୍ତି ଏବଂ ଭିତ୍ତିଭୂମି ବ୍ୟବସାୟ ମଧ୍ୟ କରୁଛି। ତେବେ ସାବିତ୍ରୀଙ୍କ ନିଟ୍ ସମ୍ପତ୍ତିରେ ଗତ କିଛିବର୍ଷ ହେଲା ବଡ଼ ଧରଣର ଅସ୍ଥିରତା ଦେଖାଦେଇଛି। କ‌ରୋନା ମହାମାରୀ ଆରମ୍ଭ ପୂର୍ବରୁ ୨୦୨୦ ଏପ୍ରିଲ ବେଳକୁ ତାଙ୍କ ସମ୍ପତ୍ତି ୩.୨ ବିଲିଅନ ଡଲାରକୁ ହ୍ରାସ ପାଇଥିଲା। କିନ୍ତୁ ୨୦୨୨ ଏପ୍ରିଲରେ ଏହା ୧୫.୬ ବିଲିଅନ ଡଲାରକୁ ବୃଦ୍ଧି ପାଇଥିଲା। ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ଧାତୁ ମୂଲ୍ୟ ବୃଦ୍ଧି ପାଇବାରୁ ତାଙ୍କ ସମ୍ପତ୍ତିରେ ଏପରି ବୃଦ୍ଧି ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe