ନିୟମ ନ ମାନିଲେ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଖାତା: ଏସ୍‌ବିଆଇ

Advertisment
ନିୟମ ନ ମାନିଲେ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଖାତା: ଏସ୍‌ବିଆଇ

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ ବ୍ୟାଙ୍କ ତଥା ଏସବିଆଇ ନିଜ ଗ୍ରାହକଙ୍କ ନିକଟକୁ ଏକ ନିର୍ଦ୍ଦେଶନାମା ଜାରି କରିଛି। ଆଉ ଯଦି କୌଣସି ଗ୍ରାହକ ବ୍ୟାଙ୍କର ଏହି ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ଖାତାକୁ ବନ୍ଦ କରିଦିଆଯିବ ବୋଲି ଏସବିଆଇ ରୋକଠୋକ୍‌ କହିଦେଇଛି। ତେବେ ଜାଣନ୍ତୁ କଣ କହିଛି ଏସବିଆଇ।

ସୂଚନା ମୁତାବକ, ଏସବିଆଇ ଗତ ୫ ତାରିଖରେ ନିଜର ଅଫିସିଆଲ ଟୁଇଟର ଆକାଉଂଟରେ ଟୁଇଟ କରି ନିଜର ଗ୍ରାହକଙ୍କ ପାଇଁ ଏକ ରିମାଇଣ୍ଡର ଜାରି କରିଛି। ଯାହାକି ଆଧାର ସଂପର୍କିତ ଅଟେ। ଅର୍ଥାତ ବ୍ୟାଙ୍କ ଜାରି କରିଥିବା ଏହି ରିମାଇଣ୍ଡରେ ସ୍ପଷ୍ଟ କରିଛି କି, ଗ୍ରାହକମାନେ ସେମାନଙ୍କର ଆକାଉଂଟକୁ ଆଧାର ସହ ତୁରନ୍ତ ଲିଙ୍କ କରିଦେବାକୁ। ୩୧ ମାର୍ଚ୍ଚ ସୁଦ୍ଧା ଖାତାଧାରୀମାନେ ନିଜ ଖାତାକୁ ଆଧାର ସହ ସଂଯୋଗ କରି ଦେବାକୁ କହିଛି। ଏଥିସହିତ ଯଦି କୌଣସି ବ୍ୟକ୍ତି ବ୍ୟାଙ୍କର ଏହି ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ଖାତାକୁ ବନ୍ଦ କରିଦିଆଯିବ ବୋଲି ନାଲି ଆଖି ଦେଖାଇଛି ଏସବିଆଇ।

publive-image

ଏସବିଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପିଏମଏଲ ନିୟମ ଅନୁସାରେ ସମସ୍ତ ଏସବିଆଇ ଗ୍ରାହକଙ୍କୁ ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ନିଜର ଆଧାର ନମ୍ବର ଦେବାକୁ ପଡିବ। ଏଥିସହିତ ହିଁ ବ୍ୟାଙ୍କ ଆଧାର ସହ କିପରି ନିଜ ଖାତାକୁ ସଂଯୋଗ କରିବେ ସେ ନେଇ ମଧ୍ୟ ଅବଗତ କରାଇଛି। ତେବେ ଇଂଟରନେଟ ବ୍ୟାଙ୍କିଂ, ମୋବାଇଲ ଆପ, ଏଟିଏମ୍‌ ଏବଂ ବ୍ୟାଙ୍କର ଶାଖାଗୁଡିକରେ ଆପଣ ଆଧାର ଲିଙ୍କ କରିପରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe