ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ଚେତାବନୀ, ବ୍ୟାଙ୍କ ଆକାଉଣ୍ଟରେ କରନ୍ତୁ ନାହିଁ ଏହି କାମ

ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ଚେତାବନୀ, ବ୍ୟାଙ୍କ ଆକାଉଣ୍ଟରେ କରନ୍ତୁ ନାହିଁ ଏହି କାମ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ନିଜର ଗ୍ରାହକଙ୍କ ପାଇଁ କିଛି ଚେତାବନୀ ଜାରି କରିଛି। ଯଦି ଆପଣ ଏସ୍‌ବିଆଇ ବ୍ୟତୀତ ଅନ୍ୟ କୌଣସି ବ୍ୟାଙ୍କର ଗ୍ରାହକ ଅଛନ୍ତି ତେବେ ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ଏହି ଆଡଭାଇଜରି ଆପଣଙ୍କର କାମରେ ଆସିବ।

ଏହି ଆଡଭାଇଜର ଡିଜିଟାଲ ଟ୍ରାନ୍‌ଜାକସନ୍‌କୁ ନେଇ ଜାରି କରାଯାଇଛି। ଡିଜିଟାଲ ଟ୍ରାନ୍‌ଜାକ୍‌ସନ୍‌ ଆରମ୍ଭ ହେବା ଦ୍ୱାରା ନେଣଦେଣ ଖୁବ୍‌ ସହଜ ଓ ସୁବିଧା ହୋଇଯାଇଛି। କିନ୍ତୁ ଅନ୍ୟପକ୍ଷରେ ଏହାକୁ ନେଇ ଅନେକ ଅସୁବିଧା ମଧ୍ୟ ଦେଖା ଦେଇଛି। ଡିଜିଟାଲ ଟ୍ରାନ୍‌ଜାକସନ ଦ୍ୱାରା ଆପଣ ନିଜର ସାଙ୍ଗ ଓ ସମ୍ପର୍କୀୟଙ୍କୁ ଗୋଟିଏ ମିନିଟ ମଧ୍ୟରେ ଟଙ୍କା ଟ୍ରାନ୍ସଫର କରି ପାରୁଛନ୍ତି। ଏହି ସବୁ ଭିତରେ ଆପଣଙ୍କୁ କେତେଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

publive-image

ଡିଜିଟାଲ ଟ୍ରାନଜାକ୍‌ସନ୍‌ ଦୁନିଆରେ ଠକେଇର ଅନେକ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଜିଛି। ବ୍ୟାଙ୍କ ତରଫରୁ ମଧ୍ୟ ସମୟସମୟରେ ଗ୍ରାହକଙ୍କୁ ମେସେଜ ଜରିଆରେ ନିଜର କୌଣସି ଗୋପନୀୟ ତଥ୍ୟ ସମ୍ପର୍କରେ ଅନ୍ୟ କାହାରି ସହିତ ସେୟାର ନକରିବା ପାଇଁ ସୂଚିତ କରାଯାଉଛି। ସମ୍ପ୍ରତି ଏସ୍‌ବିଆଇ ଅନ୍‌ଲାଇନ୍‌ ହେଉଥିବା ଠକେଇରୁ ବର୍ତ୍ତିବା ପାଇଁ ଆଡଭାଇଜର ଜାରି କରିଛି। ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ଏହି ଆଡଭାଇଜର ପାଳନ ନକଲେ ଅସୁବିଧାରେ ପଡ଼ି ପାରନ୍ତି।

ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଅଫିସିୟାଲ ଟୁଇଟର ହେଣ୍ଡଲରେ ଟୁଇଟ କରି ଗ୍ରାହକଙ୍କୁ ଚେତାବନୀ ଦେଇ କହିଛି, କୌଣସି ଅଚିହ୍ନା ବ୍ୟକ୍ତିକୁ ନିଜର ଜମାଖାତାର ନମ୍ବର ଦେଇ ଟଙ୍କା ମଗାନ୍ତୁ ନାହିଁ। ଯଦି ଆପଣ ଏପରି କରନ୍ତି ତେବେ ଭବିଷ୍ୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଥିସହିତ ଖାତା ଜରିଆରେ ମନି ଲଣ୍ଡ୍ରିଂ,ଠକେଇ, ଆତଙ୍କବାଦୀ ଆଦି ମାମଲା ସାମ୍ନାକୁ ଆସିପାରେ। ଅନେକ ଥର ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ଅନ୍ୟ ଜଣଙ୍କ ଖାତାରେ ଟଙ୍କା ମଗାଇ ଥାଆନ୍ତି ଏପରି କ୍ଷେତ୍ରରେ ବି ଆପଣ ଅଯଥାରେ ଫସି ଯାଇ ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe