ଜମାଖାତାରେ ସର୍ବନିମ୍ନ ରାଶି ଉପରେ ଏସ୍‌ବିଆଇର ନୂତନ ନିୟମ

Advertisment

ମହାନଗରର ଜମାଖାତାରେ ରଖିବାକୁ ପଡ଼ିବ ସର୍ବନିମ୍ନ ୩୦୦୦ଟଙ୍କା

ମହାନଗରର ଜମାଖାତାରେ ରଖିବାକୁ ପଡ଼ିବ ସର୍ବନିମ୍ନ ୩୦୦୦ଟଙ୍କା

ଜମାଖାତାରେ ସର୍ବନିମ୍ନ ରାଶି ଉପରେ ଏସ୍‌ବିଆଇର ନୂତନ ନିୟମ
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି। ଏସ୍‌ବିଆଇ ଜମାଖାତାରେ ସର୍ବନିମ୍ନ ରାଶିର ସୀମାକୁ ହ୍ରାସ କରିଛି। ମହାନଗର ଷ୍ଟେଟବ୍ୟାଙ୍କରେ ଯେଉଁମାନଙ୍କ ଜମାଖାତା ରହିଛି ସେମାନଙ୍କ ସର୍ବନିମ୍ନ ରାଶି ୫,୦୦୦ଟଙ୍କା ଥିଲା,ଏହାକୁ ହ୍ରାସ କରାଯାଇ ୩,୦୦୦ଟଙ୍କା କରାଯାଇଛି। ସେହିପରି ସହରାଞ୍ଚଳରେ ସର୍ବନିମ୍ନ ରାଶି ୩୦୦୦, ଅର୍ଧସହରାଞ୍ଚଳରେ ୨୦୦୦ଟଙ୍କା ଓ ଗ୍ରାମାଞ୍ଚଳରେ ୧୦୦୦ଟଙ୍କା ରହିଛି।  ଏହି ନୂତନ ନିୟମ ଅକ୍ଟୋବରରୁ ଲାଗୁ ହେବ।
ସହରାଞ୍ଚଳରେ ଏଚଡିଏଫସିର ଜମା ଖାତାରେ ସର୍ବନିମ୍ନ ରାଶି ୧୦,୦୦୦, ଅର୍ଧସହରାଞ୍ଚଳରେ ୫୦୦୦ ଓ ଗ୍ରାମାଞ୍ଚଳରେ ୨,୫୦୦ଟଙ୍କା ରଖିବା ନେଇ ସୂଚନା ଦିଆଯାଇଛି। ଯଦି ଆପଶଙ୍କ ଖାତାରେ ରାଶି ଏହି ସୀମା ଠାରୁ କମ୍‌ ହୁଏ ତେବେ ଆପଶଙ୍କୁ ଜରିମାନା ଭୋଗିବାକୁ ପଡି ପାରେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe