ନୂଆଦିଲ୍ଲୀ: ଆପଣ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ)ର ସହାୟକ ବ୍ୟାଙ୍କର ଗ୍ରାହକମାନେ ସବାଧାନ ହୋଇଯାଆନ୍ତୁ । କାରଣ ସେପ୍ଟେମ୍ବର ୩୦ ପରଠାରୁ ଚେକବୁକରେ ଲେଖା ହୋଇଥିବା ପୁରୁଣା ଆଇଏଫଏସ୍ (ଇଣ୍ଡିଆନ୍ ଫାଇନାନ୍ସିଆଲ ସିଷ୍ଟମ୍) କୋଡ଼ ଅଚଳ ହୋଇଯିବ । ତେଣୁ ନୂଆ ଚେକବୁକ ପାଇଁ ତୁରନ୍ତ ଆବଦେନ କରନ୍ତୁ । ନୂତନ ଚେକବୁକ ଇଣ୍ଟରନେଟ ଓ ମୋବାଇଲ ବ୍ୟାଙ୍କିଂ ଜରିଆରେ ଆବେଦନ କରିପାରିବେ।
ଏସବିଆଇ ସହ ଯୋଡ଼ି ହୋଇଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ତ୍ରାବଣକୋର୍, ଷ୍ଟେଟ୍ ବ୍ୟାଙ୍କ ଅଫ୍ ପଟିୟାଲା, ଷ୍ଟେଟ୍ ବ୍ୟାଙ୍କ ଅଫ ହାଇଦ୍ରାବାଦ୍, ଷ୍ଟେ୍ ବ୍ୟାଙ୍କ ଅଫ ବିକାନେର ଆଣ୍ଡ ଜୟପୁର, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ରାୟପୁର ଓ ଭାରତୀୟ ମହିଳା ବ୍ୟାଙ୍କ୍ ଆଦି ବ୍ୟାଙ୍କର ଗ୍ରାହକ ଉପରେ ଏହି ଆଦେଶ ଲାଗୁ ହୋଇଛି ।
Follow Us