Image Courtesy of Zee News
ନୂଆଦିଲ୍ଲୀ: ବର୍ଷକରୁ ଦୁଇବର୍ଷ ନିମିତ୍ତ ମିଆଦି ଜମା ଉପରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ) ସୁଧହାର ହ୍ରାସ କରିଛି। ଏହା ସେପ୍ଟେମ୍ବର ୧୦ ତାରିଖରୁ ଲାଗୁ ହେବ।
ସାଧାରଣ ବୟସ ବର୍ଗର ଜମାକର୍ତ୍ତାଙ୍କ ନିମନ୍ତେ ୧ ବର୍ଷରୁ ୨ ବର୍ଷ ମଧ୍ୟରେ କରାଯାଉଥିବା ମିଆଦି ଜମା ଉପରେ ଥିବା ସୁଧହାର ଟ. ୫. ୧୦ରୁ କମାଇ ଟ. ୪. ୯୦ କରାଯାଇଛି। ସେହିଭଳି ବରିଷ୍ଠ ନାଗରିକ ବର୍ଗର ଜମାକର୍ତ୍ତାଙ୍କ ନିମନ୍ତେ ୧ ବର୍ଷରୁ ୨ ବର୍ଷ ମଧ୍ୟରେ କରାଯାଉଥିବା ମିଆଦି ଜମା ଉପରେ ଥିବା ସୁଧହାର ଟ. ୫. ୬୦ରୁ କମାଇ ଟ. ୫. ୪୦ କରାଯାଇଛି।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ମେ ୧୨ ଓ ମେ ୨୭ରେ ମଧ୍ୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମିଆଦି ଜମା ଉପରେ ସୁଧହାର ହ୍ରାସ କରିଥିଲା।
୧୦ ତାରିଖରୁ ଲାଗୁ ହୋଇଥିବା ଏହି ସୁଧହାର ହ୍ରାସ ସଦ୍ୟ ଜମା ଏବଂ ପରିପକ୍ବତା ହାସଲ କରିଥିବା ଜମା ନବିକରଣ ପ୍ରତି ପ୍ରଯୁଜ୍ୟ।
ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୱେବ୍ସାଇଟ୍ ଅନୁସାରେ, ୧୦. ୯. ୨୦୨୦ ଠାରୁ ୨ କୋଟି ଟଙ୍କାରୁ କମ୍ ‘ରିଟେଲ୍ ଡୋମେଷ୍ଟିକ୍ ଟର୍ମ ଡିପୋଜିଟ୍ର ସୁଧହାର ସଂଶୋଧନ କରାଯାଇଛି।
Follow Us