ଏସବିଆଇ ଲାଇଫ୍ ପକ୍ଷରୁ ୧୪,୪୩୭ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ

Advertisment
ଏସବିଆଇ ଲାଇଫ୍ ପକ୍ଷରୁ ୧୪,୪୩୭ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କଂପାନି ଏସବିଆଇ ଲାଇଫ ଇନସୁରାନ୍ସ ୨୦୨୦ ଡିସେମ୍ବର ୩୧ରେ ସମାପ୍ତ ହୋଇଥିବା ଅବଧିରେ ୧୪,୪୩୭ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି ଯାହା ୨୦୧୯ ଡିସେମ୍ବର ୩୧ରେ ୧୨,୭୮୭ କୋଟି ଟଙ୍କା ଥିଲା । ଗତବର୍ଷ ତୁଳନାରେ ସିଙ୍ଗଲ୍ ପ୍ରିମିୟମରେ ୪୨% ବୃଦ୍ଧି ଘଟିଛି ।

ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇ ଏସବିଆଇ ଲାଇଫ ସୁରକ୍ଷା ନୂଆ ବ୍ୟବସାୟ ପ୍ରିମିୟମ୍ ୨୦୨୦ ଡିସେମ୍ବର ୩୧ ସୁଦ୍ଧା ୧୬୧୮ କୋଟି ଟଙ୍କା ରହିଛି ଯାହା ବର୍ଷକୁ ବର୍ଷ ଭିତିରେ ୧୨% ଅଭିବୃଦ୍ଧି ହାସଲ କରିଛି । ସୁରକ୍ଷା ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ୩୬% ଅଭିବୃଦ୍ଧି ହାସଲ କରି ୩୧ ଡିସେମ୍ବର ୨୦୨୦ ସୁଦ୍ଧା ୪୮୮ କୋଟି ଟଙ୍କା ହୋଇଛି । ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ୮୧୨୮ କୋଟି ଟଙ୍କା ରହିଛି । ଏସବିଆଇ ଲାଇଫର ଟିକସ ପରବର୍ତୀ ଲାଭ ୨୦୨୦ ଡିସେମ୍ବର ୩୧ ଶେଷ ସୁଦ୍ଧା ୯୨୩ କୋଟି ଟଙ୍କା ରହିଛି ଯାହା ପୂର୍ବବର୍ଷର ଏହି ସମୟ ତୁଳନାରେ ୪%  ଅଧିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe