ଫନି ପ୍ରଭାବିତ ଅଚଂଳ ବୁଲିଲେ ଏସବିଆଇ ପ୍ରବନ୍ଧ ନିର୍ଦ୍ଦେଶକ

ଫନି ପ୍ରଭାବିତ ଅଚଂଳ ବୁଲିଲେ ଏସବିଆଇ ପ୍ରବନ୍ଧ ନିର୍ଦ୍ଦେଶକ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରବନ୍ଧ ନିର୍ଦ୍ଦେଶକ ପି.କେ ଗୁପ୍ତା ଓଡ଼ିଶା ଗସ୍ତ କରି ବାତ୍ୟା ଫନି ପ୍ରଭାବିତ ପୁରୀ ଅଂଚଳ ବୁଲିଛନ୍ତି। ସେ ଜନସାଧାରଣ ଓ ଗ୍ରାହକମାନଙ୍କ ପାଇଁ ଦିଆଯାଇଥିବା ବିଭିନ୍ନ ସହଯୋଗର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶ୍ରୀ ଗୁପ୍ତା, ସିଜିଏମ ପ୍ରବୀଣା କାଲା, ପୁରୀ ଠାରେ ଆୟୋଜିତ ଏକ ରିଲିଫ ଓ ପୁନରୁଦ୍ଧାର ଶିବିରରେ ଯୋଗଦେଇ ଥିଲେ। ଶ୍ରୀଗୁପ୍ତା, ଫନି ଦ୍ୱାରା ପ୍ରଭାବିତ ହେବା ପରେ ପୁନରୁଦ୍ଧାର ହୋଇଥିବା ଏକ ଏଟିଏମକୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉତ୍ସର୍ଗ କରିଥିଲେ। ଯେଉଁ ସ୍ଥାନରେ ବିଜୁଳି ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ସେଠାରେ ବ୍ୟାଙ୍କର ସମସ୍ତ ଶାଖା ଓ ଏଟିଏମ ପରିଚାଳନା ସମ୍ପୂର୍ଣ ରୂପେ କାର୍ଯ୍ୟକ୍ଷମ ହୋଇଥିବା ବିଷୟକୁ ପ୍ରକାଶ କରିଥିଲେ। ସେ ମଧ୍ୟ, ଓଡିଶାକୁ ନୂତନ କରି ଗଢ଼ି ତୋଳିବା ପାଇଁ ସମୟ ଆସିଯାଇଛି ବୋଲି କହିବା ସଙ୍ଗେ ସଙ୍ଗେ, ଭାରତୀୟ ଷ୍ଟେଟ ବ୍ୟାଙ୍କ ସଦା ସର୍ବଦା ଓଡ଼ିଶାର ଉନ୍ନତି ପଥରେ ଅଗ୍ରସର ପାଇଁ ସାଥିରେ ରହି ଆସିଅଛି ଓ ରହିଥିବ ବୋଲି ଆଶ୍ୱସ୍ତି ପ୍ରଦାନ କରିଥିଲେ।

ଫନି ପ୍ରଭାବିତ ଅନେକ ଗ୍ରାହକମାନଙ୍କୁ ଦିଆଯାଇଥିବା ବିଭିନ୍ନ ସହାୟତା ବିଷୟରେ ଆଲୋକପାତ କରିଥିଲେ। ଇତିମଧ୍ୟରେ, ଫନି ଦ୍ୱାରା ପ୍ରଭାବିତ ଗ୍ରାହକମାନଙ୍କ ମଧ୍ୟରୁ ପ୍ରାୟ ୧୧୦୦୦ କଷ୍ଟମରଙ୍କୁ ପୁନରୁଦ୍ଧାର ଋଣ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe