ଷ୍ଟେଟ ବ୍ୟାଙ୍କର ଏମସିଏଲଆର : ବଦଳିବନି ଇଏମଆଇ

ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନିଜର ୧୫ ଡିସେମ୍ବରରୁ ୧୫ ଜାନୁଆରି ସମୟ ପାଇଁ ନିଜର ମାର୍ଜିନାଲ୍ କଷ୍ଟ ଅଫ୍ ଲେଣ୍ଡିଂ ରେଟ୍ (ଏମସିଏଲ୍ଆର୍) ଘୋଷଣା କରିଛି।

ଏଣିକି ଏସ୍‌ବିଆଇ ଗ୍ରାହକ ଏହି ସବୁ ଉପାୟରେ ସହଜ ଓ ସୁବିଧାରେ ଆଧାର ସଂଯୋଗ କରିପାରିବେ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନିଜର ୧୫ ଡିସେମ୍ବରରୁ ୧୫ ଜାନୁଆରି ସମୟ ପାଇଁ ନିଜର ମାର୍ଜିନାଲ୍ କଷ୍ଟ ଅଫ୍ ଲେଣ୍ଡିଂ ରେଟ୍ (ଏମସିଏଲ୍ଆର୍) ଘୋଷଣା କରିଛି।  ଏମସିଏଲଆର ହେଉଛି ଗୋଟିଏ ବ୍ୟାଙ୍କର ସର୍ବନିମ୍ନ ଋଣ ସୁଧହାର ।

ବ୍ୟାଙ୍କର ଘୋଷଣା ଅନୁସାରେ ଏହି ସମୟ ପାଇଁ ଏମସିଏଲଆରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହି ଘୋଷଣା ଦ୍ୱାରା କୋଟି କୋଟି ଗ୍ରାହକ ବିଶେଷ କରି ଗୃହ ଋଣ, କାର୍ ଋଣ କିମ୍ବା ଅନ୍ୟାନ୍ୟ ପ୍ରକାର ଋଣ ନେବାକୁ ଯୋଜନା କରୁଥିବା ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। କାରଣ ସୁଧହାର ବୃଦ୍ଧି କରାଯାଇନଥିବାରୁ ଇଏମଆଇ ଅପରିବର୍ତ୍ତିତ ରହିବ । ଅନ୍ୟପକ୍ଷରେ ଷ୍ଟେଟ ବ୍ୟାଙ୍କର ବେସ ରେଟ୍ ୧୦.୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ସେହିପରି ବିପିଏଲଆର (ବେଞ୍ଚମାର୍କ ପ୍ରାଇମ ଲେଣ୍ଡିଂ ରେଟ୍) ୧୫.୧୫ ପ୍ରତିଶତ ରହିଛି । 
ଏସବିଆଇ ମଧ୍ୟ ଏହାର ଫିକ୍ସଡ ଡିପୋଜିଟ୍ (ଏଫଡି) ହାର ଘୋଷଣା କରିଛି । ଏଥିରେ ବରିଷ୍ଠ ନାଗରିକଙ୍କ ପାଇଁ ଅତିରିକ୍ତ ଲାଭ ପ୍ରଦାନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe