ସ୍ୱଳ୍ପ ସୁଧରେ ଗୃହଋଣ ଦେବ ଷ୍ଟେଟ ବ୍ୟାଙ୍କ, ମହିଳାଙ୍କ ଲାଗି ବିଶେଷ ରିହାତି

Advertisment
ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ; ୮% ସୁଧରେ ସରକାରୀ କର୍ମଚାରୀ ପାଇବେ ୪୦ ଲକ୍ଷ ପର୍ଯ୍ୟନ୍ତ ଋଣ

ନୂଆଦିଲ୍ଲୀ : ସ୍ୱଳ୍ପ ସୁଧରେ ଗୃହଋଣ ପ୍ରଦାନ କରିବ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏଥିପାଇଁ ବ୍ୟାଙ୍କ ପକ୍ଷରୁ ଏକ  ବିଜ୍ଞାପନ ପ୍ରକାଶ ପାଇଛି। ଋଣଗ୍ରହୀତାଙ୍କ  ଲାଗି ଉଦ୍ଦିଷ୍ଟ ସମସ୍ତ ଲାଭ ସହିତ ମହିଳା ଋଣଗ୍ରହୀତାଙ୍କ ସୁଧରେ ଅଧିକ ରିହାତି ମିଳିବ ବୋଲି ବ୍ୟାଙ୍କ କହିଛି।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅନୁଯାୟୀ ସମସ୍ତ  ଗ୍ରାହକଙ୍କ ପାଇଁ  ଋଣ ଦେୟ ରାଶି ସମାନ ରହିଛି । ତେବେ ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଭାବେ ଏସବିଆଇ ଋଣଦାତାଙ୍କୁ  ଯାବତୀୟ ସୁବିଧା ବ୍ୟତୀତ ମହିଳାମାନଙ୍କ କ୍ଷେତ୍ରରେ ରିହାତି ମଧ୍ୟ ପ୍ରଦାନ କରିବ। ଏହାର ସମସ୍ତ ବିବରଣୀ ଷ୍ଟେଟବ୍ୟାଙ୍କ ଏକ ଟ୍ୱିଟ ମାଧମରେ ପ୍ରକାଶ କରିଛି।

ଏ ନେଇ ସମସ୍ତ ବିବରଣୀ ( https://homeloans.sbi ) ଏହି ୱେବସାଇଟରେ ଉପଲବ୍ଧ। ଷ୍ଟେବ୍ୟାଙ୍କର ଏହି ୱେସାଇଟକୁ ଯାଇ ଜଣେ ଋଣ ପରିମାଣ, ସୁଧ ପରିମାଣ ଓ ଇଏମଆଇ ପରିମାଣ ସଂପର୍କିତ ସମସ୍ତ ତଥ୍ୟ ପାଇପାରିବେ।

‌ତେବେ ଋଣ ନେବା ଲାଗି ଜଣେ ଭାରତୀୟ ନାଗରିକ ହେବା ଦରକାର ଓ ତାଙ୍କର ବୟସ ୧୮ ବର୍ଷ ହୋଇଥିବା ବିଧେୟ। ଜଣେ ସର୍ବାଧିକ ୩୦ ବର୍ଷ ଲାଗି ଋଣ ନେଇ ପାରିବେ। ୭୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ବ୍ୟାଙ୍କ ଗୃହଋଣ ଦେବ ନାହିଁ ‌ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe