ଏସବିଆଇ ପକ୍ଷରୁ ବିଏମ୍‌ସିକୁ କୋଭିଡ୍‌ ନମୁନା ସଂଗ୍ରହ ଭ୍ୟାନ ପ୍ରଦାନ

ଏସବିଆଇ ପକ୍ଷରୁ ବିଏମ୍‌ସିକୁ କୋଭିଡ୍‌ ନମୁନା ସଂଗ୍ରହ ଭ୍ୟାନ ପ୍ରଦାନ

ଭୁବନେଶ୍ବର: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଏସବିଆଇ ଫାଉଣ୍ଡେସନ ଆନୁକୂଲ୍ୟରେ ଭୁବନେଶ୍ବର ମହାନଗର ନିଗମକୁ ଏକ କୋଭିଡ୍‌ ନମୁନା ସଂଗ୍ରହ ଭ୍ୟାନ ଏବଂ ମାସ୍କ, ଗ୍ଲୋଭ୍‌ସ, ସାନିଟାଇଜର ପ୍ରଦାନ କରାଯାଇଛି। ଏହି ଅବସରରେ ବିଏମ୍‌ସି ତରଫରୁ ଡେପୁଟି କମିସନର ଶୁଭେନ୍ଦୁ ସାହୁ ଏବଂ ଜେଡ୍‌ଡିସି ଅଂଶୁମାନ ରଥ ଉପସ୍ଥିତ ରହି ଏସବିଆଇର ମୁଖ୍ୟ ମହାପ୍ରବନ୍ଧକ ରୁମା ଦେ ଙ୍କଠାରୁ ଭ୍ୟାନ୍‌ ଗ୍ରହଣ କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କର ମହାପ୍ରବନ୍ଧକ ସି ଏଲ୍ ଏନ ଚାରିଯୁଲୁ, ବିଜୟ କୁଜୁର ଏବଂ ଅଭୟ କିଶୋର ପାଣ୍ଡେ ଉପସ୍ଥିତ ଥିଲେ। ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏକ ସ୍କୁଲ ଭ୍ୟାନ ସୋସାଇଟି ଫର ଚିଲଡ୍ରେନ (ଏସଓସିଏଚ)କୁ ପ୍ରଦାନ କରଯାଇଥିଲା। ଏସଓସିଏଚ ପକ୍ଷରୁ ମନୋଜ କୁମାର ସ୍ବାଇଁ ଏବଂ ଲକ୍ଷ୍ମୀପ୍ରିୟା ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe