କେବଳ ଇଣ୍ଟରଭ୍ୟୁ ଆଧାରରେ ହେବ ନିଯୁକ୍ତି; ଦରମା ୩୨ ହଜାରରୁ ୪୨,୦୦୦ ଟଙ୍କା

କେବଳ ଇଣ୍ଟରଭ୍ୟୁ ଆଧାରରେ ହେବ ନିଯୁକ୍ତି; ଦରମା ୩୨ ହଜାରରୁ ୪୨,୦୦୦ ଟଙ୍କା

ନୂଆଦିଲ୍ଳୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ତା’ର ଅଫିସର୍‌ ସ୍କେଲ୍‌ ପଦରେ ନିଯୁକ୍ତି ପାଇଁ ନୋଟିଫିକେସନ୍‌ ଜାରି କରିଛି। ଏସ୍‌ବିଆଇରେ ଚ୍ୟାନେଲ୍‌ ମ୍ୟାନେଜର୍‌ ଓ ଅନ୍ୟ କେତେକ ପଦ ପାଇଁ ଅବସରପ୍ର‌ାପ୍ତ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିରେ ଭର୍ତ୍ତି କରାଯିବ ବୋଲି ସୂଚନା ରହିଛି। ଏହି ନିଯୁକ୍ତି ଅଭିଯାନ ଜରିଆରେ ବିଭିନ୍ନ ପଦରେ ୬୪୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌। ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ sbi.co.in ୱେବ୍‌ସାଇଟ୍‌ରେ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଏସ୍‌ବିଆଇ ୨୦୨୨ ନୋଟିଫିକେସନ୍‌ ଅନୁସାରେ ୬୦ରୁ ୬୩ ବର୍ଷ ମଧ୍ୟରେ ଥିବା ଅବସରପ୍ରାପ୍ତ କର୍ମଚାରୀ ଏହି ପଦ ପାଇଁ ଆବେଦନ କରିପାରିବେ। ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଏହା ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହା ମଧ୍ୟରେ ଆଶାୟୀ ପ୍ରାର୍ଥୀ ଆବେଦନ କରିବାକୁ ୱେବ୍‌ସାଇଟ୍‌ରେ କୁହାଯାଇଛି।

ଚ୍ୟାନେଲ୍‌ ମ୍ୟାନେଜର୍‌ ଫେସିଲିଟର୍‌ ପାଇଁ ୫୦୩ ପଦ ରହିଥିବା ବେଳେ ଚ୍ୟାନେଲ୍‌ ମ୍ୟାନେଜର ସୁପରଭାଇଜର୍‌ ପାଇଁ ୧୩୦ ପଦ ରହିଛି। ସପୋର୍ଟ ଅଫିସର୍‌ ପାଇଁ ୮ଟି ପଦ ଫାଙ୍କା ରହିଛି।

ଚ୍ୟାନେଲ୍‌ ମ୍ୟାନେଜର୍‌ ଫେସିଲିଟର୍‌ ପଦ ପାଇଁ ଦରମା ୩୬,୦୦୦ ରହିଥିବା ବେଳେ ଚ୍ୟାନେଲ୍‌ ମ୍ୟାନେଜର ସୁପରଭାଇଜର୍‌ ପାଇଁ ୪୨, ୦୦୦ ଓ ସପୋର୍ଟ ଅଫିସର୍‌ ପାଇଁ ବି ୪୨,୦୦୦ ଟଙ୍କା ମାସିକ ଦରମା ରହିଛି।

ଏସ୍‌ବିଆଇର ୱେବ୍‌ସାଇଟ୍‌ରେ ଏ ସଂପର୍କରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଆବେଦନକାରୀଙ୍କ ଚୟନ ଇଣ୍ଟରଭ୍ୟୁ ଜରିଆରେ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe