ସ୍କ୍ରାପ୍‌‌ ନୀତିକୁ ଶୀଘ୍ର ମଞ୍ଜୁରି ମିଳିବ

Advertisment
ଗଡ଼କରୀଙ୍କୁ ହରାଇବାକୁ ଷଡ଼୍‌ଯନ୍ତ୍ର!

The Economic Times

ନୂଆଦିଲ୍ଲୀ : ବହୁ ପ୍ରତିକ୍ଷୀତ ସ୍କ୍ରାପ୍‌ ନୀତିକୁ ଶୀଘ୍ର ମଞ୍ଜୁରି ମିଳିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। ପନ୍ଦର ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକୁ ପ୍ରତ୍ୟାହାର କରି ଇଲେକ୍ଟ୍ରିକ୍ ଯାନର ଗ୍ରହଣୀୟତା ବଢ଼ାଇବା ପାଇଁ ୨୦୧୯ ଜୁଲାଇ ୨୬ରେ ମୋଟର ଯାନ ନିୟମରେ ସଂଶୋଧନ କରି ସ୍କ୍ରାପ୍‌ ନୀତି ଆଣିବା ପ୍ରସ୍ତାବ ଦିଆଥିଲା। ଆମ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇସାରିଛି ଏବଂ ଖୁବ୍‌ଶୀଘ୍ର ଏହି ନୀତିକୁ ମଞ୍ଜୁରି ମିଳିବ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି।

ପନ୍ଦର ବର୍ଷରୁ ଅଧିକ ପୁରୁଣା ବସ୍, ଟ୍ରକ୍ ଓ କାର୍‌ ଆଦିଗୁଡ଼ିକ ପାଇଁ ଏହି ନୀତି ଲାଗୁ ହେବ। ୨୦୨୧-୨୨ ବଜେଟ୍‌ରେ ସ୍କ୍ର‌ାପ୍‌ ନୀତି ବିଷୟରେ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି। ପ୍ରଦୂଷଣ କରୁଥିବା ପୁରୁଣା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବାରେ ଏହା ବିଶେଷ ସହାୟକ ହେବ। ଏଥି ସହିତ ନୂଆ ଗାଡ଼ିର ଚାହିଦା ମଧ୍ୟ ବଢ଼ିବ। ତେବେ ଏହି ନୀତି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରହଣ କରିବ। ପିଏମ୍‌ଓ ତରଫରୁ ଏହି ନୀତିକୁ ନେଇ ଅଂଶୀଦାରଙ୍କ ସହ ଆଲୋଚନା କରାଯାଇଛି। ଏହି ନୀତି ମଞ୍ଜୁର ହେବା ପରେ ଭାରତ ଗାଡ଼ିର ହବ୍‌ରେ ପରିଣତ ହେବ ଏବଂ ବିଭିନ୍ନ ଗାଡ଼ିର ଦାମ୍ ହ୍ରାସ ପାଇବ ବୋଲି ଗଡ଼କରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe